ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦର ତ୍ୱଚା ସମସ୍ତଙ୍କର ଇଚ୍ଛା। ଏଥିପାଇଁ ଆପଣ କଞ୍ଚା କ୍ଷୀରର ଉପଯୋଗ କରିପାରିବେ।

ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବା କଞ୍ଚା କ୍ଷୀର ବେଶ ଉପଯୋଗୀ। ଏହା ତ୍ୱଚାକୁ ସଫା ଓ ସୁନ୍ଦର ସହିତ ନରମ ବି ରଖିଥାଏ। ସଠିକ ଭାବେ କଞ୍ଚା କ୍ଷୀରକୁ ମୁହଁରେ ଉପଯୋଗ କରିପାରିଲେ ଆପଣ ଏହାର ଲାଭ ପାଇପାରିବେ।

କଞ୍ଚା କ୍ଷୀରକୁ ଆପଣ ରାତିରେ ମୁହଁରେ ଲଗାଇ ଶୋଇ ପାରିବେ। ଏହା ଡେଡ ସ୍କିନକୁ ବାହାର କରିବାରେ ସାହାଯ୍ୟ କରିଥାଏ। ରାତିରେ କଞ୍ଚା କ୍ଷୀର ଲଗାଇ ଶୋଇଲେ ସକାଳେ ତ୍ୱଚା ସଫା ହୋଇଯାଇଥାଏ। ସ୍କ୍ରବ ଭଳି କାମ କରିଥାଏ।

କଞ୍ଚା କ୍ଷୀର ସ୍କିନକୁ ଡ୍ରାଏନେସରୁ ରକ୍ଷା କରିଥାଏ। ଯଦି ଆପଣ ନିୟମିତ ତ୍ୱଚାରେ କ୍ଷୀର ଲଗାଇବେ ତେବେ ଆପଣଙ୍କ ତ୍ୱଚାରେ ଚମକ ଆସିବ।

କଞ୍ଚା କ୍ଷୀରରେ ଅନେକ ପୋଷକ ତତ୍ୱ ରହିଥାଏ। ଏହା ତ୍ୱଚାକୁ ତେଲିଆ ହେବାକୁ ଦେଇନଥାଏ।

ଏହାଛଡ଼ା ଆପଣ ହଳଦୀ, ବେସନ ଓ କଞ୍ଚା କ୍ଷୀରରେ ଫେସ୍‌ ପ୍ୟାକ ପ୍ରସ୍ତୁତ କରି ମଧ୍ୟ ଲଗାଇ ପାରିବେ।

କଞ୍ଚା କ୍ଷୀରରେ ଆପଣ ମହୁ ମିଶାଇ ଲଗାଇପାରି। ଏହା ମୁହଁରେ ଥିବା ଟ୍ୟାନକୁ ସଫା କରିଦେଇଥାଏ।

Comment