ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ଏହି ଗୁଳି ବିନିମୟ ବେଳେ ସବ୍‌-ଇନ୍ସପେକ୍ଟର ଶ୍ୟାମ କିଶୋର ଶର୍ମା ସହିଦ ହୋଇଛନ୍ତି। ଏହି ଘଟଣା ମାନପୁର ଥାନା ପାରଧୋନୀ ଗାଁ ନିକଟରେ ହୋଇଛି। ଘଟଣାସ୍ଥଳରୁ AK-47 ରାଇଫଲ ସହ ବିପୁଳ ମାରାଣାସ୍ତ୍ର ଜବତ ହୋଇଛି।

ନକ୍ସଲଙ୍କ ବିଷୟରେ ଖବର ପାଇ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହା ମଧ୍ୟରେ ନକ୍ସଲମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲା।

ଏଥିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ଏହାସହ ଗୁଳିଚାଳନା ବେଳେ ଜଣେ ସବ୍‌-ଇନ୍ସପେକ୍ଟର ମଧ୍ୟ ସହିଦ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here