ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ମଙ୍ଗଳବାର ଦ୍ୱିପ୍ରହରରେ ତାଙ୍କ ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଘରକୁ ଆସିବାକୁ ଅନୁମତି ଦେଇଥିଲେ।

ଛାତିରେ ଯନ୍ତ୍ରଣା ଅନୁଭବ ଏବଂ ଜ୍ୱର ହୋଇଥିବାରୁ ତାଙ୍କୁ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହି ଖବର ଆସିବା ପରେ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଆରୋଗ୍ୟ କାମନା କରିଥିଲେ।

କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ ଏବେ ରାଜସ୍ଥାନରୁ ରାଜ୍ୟସଭା ସାସଂଦ ଅଛନ୍ତି। ୨୦୦୪ରୁ ୨୦୧୪ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

Comment