ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଫିଲ୍ମ ଓ ଗୀତରେ  ନିଜ ବୋଲ୍ଡନେସ୍‌ ପାଇଁ ଚର୍ଚ୍ଚାରେ ରହନ୍ତି ସନ୍ନି ଲିଓନି। ବଲିଉଡ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସେ। ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ। ଏହି ଅବସରରେ ଜାଣିବା ସନ୍ନିଙ୍କ ଜୀବନ ସହ ଜଡିତ କିଛି କଥା।

ସନ୍ନି ଲିଓନଙ୍କ ପ୍ରକୃତ ନାମ ହେଉଛି କରନଜିତ କୌର।  ସନ୍ନି ଲିଓନିଙ୍କ ବ୍ୟକ୍ତିଗତ ଜୀବନ କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ।

ବଲିଉଡରେ ଯୋଗଦେବା ପୂର୍ବରୁ ସନ୍ନି ଲିଓନି ଜଣେ ପର୍ଣ୍ଣଷ୍ଟାର ଥିଲେ। ୱେବ୍ ସିରିଜ୍ ‘କରନଜିତ କୌର’ଅନଟୋଲ୍ଡ ଷ୍ଟୋରି ଅଫ୍ ସନି ଲିଓନି’ ରେ ସେ ତାଙ୍କ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ।

ସନ୍ନି ପ୍ରାୟ ୫୦ ଆଡଲ୍ଟ ଫିଲ୍ମରେ ଅଭିନୟ କରିଥିଲେ। ମାତ୍ର ୧୯ ବର୍ଷ ବୟସରେ ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ସେ। ଯେତେବେଳେ ସନ୍ନି କାମ କରିବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଘର ଚଳାଇବା ପାଇଁ ସନ୍ନିଙ୍କ ମା’ ନିଜର ମଙ୍ଗଳସୂତ୍ରକୁ ବନ୍ଧା ପକାଇଥିଲେ। ସନ୍ନି ନିଜର ପ୍ରଥମ ରୋଜଗାରରେ ମାଆଙ୍କର ବନ୍ଧା ପଡ଼ିଥିବା ମଙ୍ଗଳସୂତ୍ର ମୁକୁଳାଇଥିଲେ।

ବଲିଉଡରେ ସନ୍ନିଙ୍କ କ୍ୟାରିୟର କଥା ଯଦି କୁହାଯାଏ ତେବେ ତାଙ୍କୁ ପ୍ରଥମେ ରିଆଲିଟି ସୋ’ ବିଗ୍ ବସରେ ଦେଖିବାକୁ ମିଳିଥିଲା। ​​ଏହି ସୋ’ରେ ସେ କହିଥିଲେ ଯେ ସେ ଆଡଲ୍ଟ ଫିଲ୍ମର ଜଣେ ଅଭିନେତ୍ରୀ ଥିଲେ। ସୋ’ ପରେ ସେ ପୂଜା ଭଟ୍ଟଙ୍କ ଫିଲ୍ମ ‘ଜିସ୍ମ ୨’ ରେ ନଜର ଆସିଥିଲେ। ଏହା ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ଥିଲା ଏହି ଫିଲ୍ମ ପରେ  ସେ  ‘ରାଗିଣୀ ଏମଏମଏସ ୨’ରେ ଅଭିନୟ କରିଥିଲେ।

Comment