ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗରୁ ଆମର ପୂର୍ବ ପୁରୁଷମାନେ ରୋଷେଇ ତଥା ଜିନିଷପତ୍ର ରଖିବା ଲାଗି ମାଟି ପାତ୍ର ବ୍ୟବହାର କରୁଥିଲେ। ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ନନଷ୍ଟିକ୍ ବାସନକୁସନ ବ୍ୟବହାରକୁ ପ୍ରାଧାନ୍ୟ ଦେଉଛନ୍ତି। ପ୍ରକୃତରେ କିନ୍ତୁ ସେସବୁ ଅପେକ୍ଷା ଆମର ପୁରୁଣା ସମୟରେ ବ୍ୟବହାର ହେଉଥିବା ମାଟି ପାତ୍ରର ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ…

-ଡାକ୍ତରମାନଙ୍କ କହିବା ଅନୁସାରେ ଆଲୁମିନିୟମ ବାସନରେ ରୋଷେଇ କଲେ ଖାଦ୍ୟର ୮୭ ପ୍ରତିଶତ ପୌଷ୍ଟିକତା ନଷ୍ଟ ହୋଇଯାଇଥାଏ। ପିତ୍ତଳ ବାସନରେ ରୋଷେଇ କଲେ ୭ ପ୍ରତିଶତ ପୌଷ୍ଟିକତା ନଷ୍ଟ ହୁଏ। କିନ୍ତୁ ମାଟି ପାତ୍ରରେ ରୋଷେଇ କଲେ ପୌଷ୍ଟିକତା ବିଲକୁଲ କମେ ନାହିଁ।

-ମାଟିରେ ପ୍ରାକୃତିକ ଭାବେ ୪୦% ପାଣି ଥାଏ। ସେହିପରି ମ୍ୟାଗ୍ନେସିୟମ, ଲୌହ, ଫସଫରସରେ ବି କ୍ୟାଲସିୟମ ବି ରହିଥାଏ। ତେଣୁ ସେଥିରୁ ପ୍ରସ୍ତୁତ ହେଉଥିବା ପାତ୍ରକୁ ବ୍ୟବହାର କଲେ ଏହି ସବୁ ଧାତୁର କିଛି କିଛି ଅଂଶ ଆମ ଶରୀରକୁ ଯାଇଥାଏ। ଏହାଦ୍ୱାରା ଶରୀରରେ ସେହି ଧାତୁର ଅଭାବରେ ହେଉଥିବା ରୋଗ ଆଉ ହୁଏନାହିଁ।

-ମାଟି ପାତ୍ରରେ ରୋଷେଇ କଲେ ଖାଦ୍ୟ ଖୁବ୍ ଧୀରେ ରୋଷେଇ ହୋଇଥାଏ। ଯାହାଦ୍ୱାରା କି ତାହା ପୋଡ଼ି ଯିବାର ଆଶଙ୍କା କମେ। କେବଳ ସେତିକି ନୁହେଁ, ଏଥିରେ ଘୋଡ଼ଣୀ ବ୍ୟବହାର କରି ରୋଷେଇ କରାଯାଉଥିବାରୁ ଖାଦ୍ୟର ପ୍ରକୃତ ସ୍ୱାଦ ତଥା ସୁଗନ୍ଧ ମିଳିଥାଏ।

-ମାଟି ପାତ୍ରରେ ରୋଷେଇ କଲେ ଖୁବ୍ କମ ତେଲ ବ୍ୟବହାର ହୋଇଥାଏ। ଏହାଦ୍ୱାରା ଖାଦ୍ୟରେ ଚର୍ବି ଅଂଶ କମେ। ତେଣୁ ମେଦବହୁଳତା, ମଧୁମେହ, ରକ୍ତଚାପ ଭଳି ଜୀବନଶୈଳୀଜନିତ ରୋଗରୁ ରକ୍ଷା ମିଳିଥାଏ।

-ମାଟି ତାୱାରେ ପ୍ରସ୍ତୁତ ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। କାରଣ ଅଟା ମାଟିର ଗୁଣକୁ ଅବଶୋଷିତ କରିନିଏ। ଏହାଦ୍ୱାରା ରୁଟିର ପୌଷ୍ଟିକତା ବଢ଼ିଯାଏ। ଏହାସହ ସେଥିରେ ଥିବା ପ୍ରୋଟିନ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରେ। କେବଳ ସେତିକି ନୁହେଁ, ମାଟି ତାୱାର ରୁଟି ଖାଇଲେ ଗ୍ୟାସ, ବଦହଜମି ଜନିତ ସମସ୍ୟା ବହୁତ କମିଯାଇଥାଏ।

-ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀରେ ବହୁ ଲୋକ କୋଷ୍ଠକାଠିନ୍ୟର ଶିକାର ହେଉଛନ୍ତି। ମାଟି ତାୱାରୁ ପ୍ରସ୍ତୁତ ରୁଟି ଖାଇଲେ ସେହି ସମସ୍ୟା ରହେନାହିଁ।

-ତେବେ ଏସବୁ ବାସନକୁ ବ୍ୟବହାର କରିବା ସମୟରେ ସତର୍କ ରହିବା ନିହାତି ଆବଶ୍ୟକ। ରୁଟି କରି ସାରିବା ପରେ ମାଟି ପାତ୍ରରେ ବିଲକୁଲ ପାଣି ପକାଇବେ ନାହିଁ। କିମ୍ବା ତାକୁ ସାବୁନରେ ସଫା କରିବେ ନାହିଁ। ମାଟି ପାତ୍ର ସାବୁନକୁ ଅବଶୋଷିତ କରି ନେଇଥାଏ। ତା’ ବଦଳରେ ମାଟି ପାତ୍ରକୁ କପଡ଼ାରେ ପୋଛି ସଫା କରନ୍ତୁ।

LEAVE A REPLY

Please enter your comment!
Please enter your name here