ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ସବଡିଭିଜନକୁ ଛୁଇଁଲା କରୋନା ମହାମାରୀ। ସବଡିଭିଜନରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ଟାଙ୍ଗୀ ଓ ବାଣପୁର ବ୍ଲକର।

ଟାଙ୍ଗୀ ବ୍ଲକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ କୁହୁଡି ପଞ୍ଚାୟତର। ସେ ଜନତା କଲେଜ କ୍ଵାରେଣ୍ଟିନ୍ ସେଣ୍ଟର ଥିଲା ଓ ଅନ୍ୟ ଜଣେ ଲେଣ୍ଡୁ ପଞ୍ଚାୟତର, ସେ ସାନ ଗୋବିନ୍ଦପୁର କ୍ଵାରେଣ୍ଟିନ୍ ସେଣ୍ଟର ଥିଲେ। ସେହିପରି ବାଣପୁର ବ୍ଲକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ମାଟିଆପୋଖରୀ ଗ୍ରାମର। ସେ ଗୋଦାବରୀଶ ବିଦ୍ୟାପୀଠ କ୍ଵାରେଣ୍ଟିନ୍ ସେଣ୍ଟରରେ ଥିଲେ।

ଚିହ୍ନଟ ହୋଇଥିବା ସମସ୍ତ ୩ ଆକ୍ରାନ୍ତ ସୁରତ ଫେରନ୍ତା। ସେମାନେ କ୍ଵାରେଣ୍ଟିନ୍ରେ ଥିଲେ। ଆକ୍ରାନ୍ତମାନଙ୍କୁ ଚିକିତ୍ସା ଲାଗି ଭୁବନେଶ୍ଵର ସମ୍ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏହାସହ ଆକ୍ରାନ୍ତ ରହୁଥିବା କ୍ଵାରେଣ୍ଟିନ୍ ସେଣ୍ଟରକୁ ଅଗ୍ନୀଶମ ପକ୍ଷରୁ ସାନିଟାଇଜ୍ କରାଯାଇଛି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କ୍ୱାରେଣ୍ଟିନ୍ କେନ୍ଦ୍ର ନିକଟରେ ୧୪୪ ଧାରା ଜାରି କରାଯାଇଛି।


















