ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମାଡ଼ରୁ ଭାରତୀୟ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି ମୋଦୀ ସରକାର। ଏହି ଅଭିଯାନରେ ଗତକାଲି ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଉପରେ ଫୋକସ୍‌ କରାଯାଇଥିଲା। ୨୦ ଲକ୍ଷ କୋଟିରୁ ପ୍ରାୟ ସାଢ଼େ ସାଢ଼େ ୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା। ଆଜି କୃଷକଙ୍କ ପାଇଁ ପ୍ୟାକେଜ ହୋଇପାରେ। ଏନେଇ ଆଜି ୪ଟା ବେଳେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ।

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମ୍‌ଏସ୍‌ଏମ୍‌ଇ ସେକ୍ଟର, ଇପିଏଫ୍‌, ଟକସ ଉପରେ ବଡ଼ ଘୋଷଣା କରିଥିଲେ। ଆଜି କୃଷି କ୍ଷେତ୍ର ଉପରେ ପ୍ୟାକେଜ ଘୋଷଣା ହେବାର ସମ୍ଭାବନା ରହିଛି।

ଲକ୍‌ଡାଉନ୍‌ ୩.୦ ବେଳେ କୃଷି କାର୍ଯ୍ୟକୁ କଟକଣାମୁକ୍ତ କରିଥିଲେ କେନ୍ଦ୍ର ସରକାର। କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ।

Comment