ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡର ଧାରୀ ମନ୍ଦିରର ରହସ୍ୟ ସମସ୍ତଙ୍କୁ କରିଥାଏ ଆଶ୍ଚର୍ଯ୍ୟଚକିତ।

ଭାରତରେ ରହସ୍ୟମୟ ଏବଂ ପ୍ରାଚୀନ ମନ୍ଦିରର ଅଭାବ ନାହିଁ। ଏହି ରହସ୍ୟମୟ ମନ୍ଦିରଗୁଡ଼ିକର ଇତିହାସ ବି କାହାକୁ ଜଣା ନାହିଁ। ଏହିପରି ଗୋଟିଏ ମନ୍ଦିର ଉତ୍ତରାଖଣ୍ଡରେ ରହିଛି। ଏହି ମନ୍ଦିରରେ ଏକ ଚମତ୍କାର ଘଟଣା ଘଟେ, ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କାରଣ ଏହି ମନ୍ଦିରରେ ଥିବା ମାତାଙ୍କ ପ୍ରତିମା ଦିନକୁ ତିନିଥର ରୂପ ପରିବର୍ତ୍ତନ କରିଥାଏ।

ମୂର୍ତ୍ତିଟି ସକାଳେ ଏକ ଛୋଟ ଝିଅ ଅପରାହ୍ନରେ ଜଣେ ଯୁବତୀ ଏବଂ ରାତିରେ ବୁଢୀ ଭଳି ଦେଖାଯାଏ। ଏହି ମନ୍ଦିର ଧାରୀ ଦେବୀ ମନ୍ଦିର ଭାବରେ ଜଣାଶୁଣା। ଏହା ଏକ ନଦୀକୂଳରେ ରହିଛି।  ଏହି ମନ୍ଦିର ବିଷୟରେ ଏକ ବିଶ୍ୱାସ ଅଛି ଯେ ମା’ ଚାରିଧାମକୁ ସୁରକ୍ଷା ଦିଅନ୍ତି।

ଏକ ପୁରାଣ କଥା ଅନୁସାରେ ଥରେ ପ୍ରବଳ ବନ୍ୟା ଦ୍ୱାରା ମନ୍ଦିର ଭାସି ଯାଇଥିଲା। ଏହାସହିତ ମା’ଙ୍କ ମୂର୍ତ୍ତି ବି ଭାସି ଯାଇଥିଲା। ଧରୋ ଗ୍ରାମ ନିକଟରେ ଥିବା ଏକ ପଥର ସହିତ ଧକ୍କା ହୋଇ  ମୂର୍ତ୍ତିଟି ଅଟକି ଯାଇଥିଲା। ତା’ ପରେ ମା’ ସେହି ସ୍ଥାନରେ ପ୍ରତିମା ସ୍ଥାପନ କରିବାକୁ ଗ୍ରାମବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗ୍ରାମବାସୀମାନେ ସେଠାରେ ଏକ ମାତାଙ୍କ ମନ୍ଦିର ନିର୍ମାଣ କରିଥିଲେ।

କୁହାଯାଏ ଯେ ମା’ ଧାରୀଙ୍କ ମନ୍ଦିର ୨୦୧୩ରେ ଭାଙ୍ଗି ଦିଆଯାଇଥିଲା ଏବଂ ତାର ମୂର୍ତ୍ତି ମୂଳ ସ୍ଥାନରୁ ହଟାଇ ଦିଆଯାଇଥିଲା, ସେହି କାରଣରୁ ଉତ୍ତରାଖଣ୍ଡରେ ଭୟଙ୍କର ବନ୍ୟା ଆସି ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here