ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଅସ୍ତରଙ୍ଗ ମାଣ୍ତୁକି ଗ୍ରାମ ପଞ୍ଚାୟତର ଓଲରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପୁରୀ ଜିଲ୍ଲା ପ୍ରଶାସନ। ଓଲରା ଗ୍ରାମରେ ଦୁଇ ଜଣ ସ୍ଵାମୀ-ସ୍ତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ।
ଉଭୟ ସ୍ଵାମୀ-ସ୍ତ୍ରୀ ପଶ୍ଚିମବଙ୍ଗରୁ ଫେରିଥିଲେ।୨ଜଣ ପ୍ରଥମେ ନିଜ ଗାଁକୁ ଆସି ପରିବାର ଲୋକଙ୍କ ସହ ମିଶିଥିଲେ। ପରେ ଉଭୟଙ୍କୁ ମାଣ୍ତୁକି ଓ ବନ୍ତିଲୋ ଆଇସୋଲେସନ ସେଣ୍ଟରରେ ରଖାଯାଇଥିଲା।
ଆଇସୋଲେସନ ସେଣ୍ଟରରେ ୧୯ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ନିଜ ପରିବାର ୩୪ ଜଣ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଛନ୍ତି ଏହି ସ୍ଵାମୀ-ସ୍ତ୍ରୀ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪ଦିନ ପାଇଁ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଗ୍ରାମବସୀଙ୍କୁ ମାକ୍ସ ବାଧ୍ୟତା ମୂଳକ କରାଯାଇଛି।
ପରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ଏହି ଗ୍ରାମରେ ବର୍ତ୍ତମାନ କଟକଣା ଜାରି କରାଯାଇଛି।