ଓଡ଼ିଶାଲାଇଭ୍ ବ୍ୟୁରୋ

ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପଞ୍ଚମ ଥର ପାଇଁ ପ୍ରେସମିଟ୍ କରିଥିଲେ। ଏହି ପ୍ରେସମିଟରେ ସୀତାରମଣ ପ୍ରବାସୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ମନରେଗା ପାଇଁ ୪୦ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି।

ଏହାଦ୍ୱାରା ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ କାମ କରିବାର ସୁଯୋଗ ପାଇବେ। ଏହାଫଳରେ ଗ୍ରାମୀଣ ଅର୍ଥନୀତିର ମଧ୍ୟ ବିକାଶ ଘଟିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ ଶହ କୋଟି କର୍ମ ଦିବସ ସୃଷ୍ଟି ହେବ। ଯେଉଁଥିରେ ଲୋକମାନେ କାମ କରିବା ପାଇଁ ସୁଯୋଗ ପାଇବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସମିଟ୍ ଜରିଆରେ ଏମ୍ଏସ୍ଏମ୍ଇ, ପ୍ରବାସୀ ଶ୍ରମିକ, କୃଷି, ଗୋପାଳନ ଆଦି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିସାରିଛନ୍ତି।

Comment