ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାବାତ୍ୟାରେ ପରିଣତ ହୋଇପାରେ ବାତ୍ୟା ଅମ୍ଫନ। ବଙ୍ଗୋପସାଗରରେ ଲଗାତାର ଭାବେ ଅଧିକ ଘନିଭୂତ ହେଉଛି ବାତ୍ୟା। ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ବର୍ତ୍ତମାନ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗତି କରୁଛି। ୨୦ ତାରିଖ ଅପରାହ୍‌ଣରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ସ୍ଥଳ ଭାଗ ଛୁଇଁବା ବେଳେ ଘଣ୍ଟାକୁ ୧୪୫ରୁ ୧୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିରେ ପଶ୍ଚିମବଙ୍ଗର କୋଲକାତା, ହୁଗୁଳି, ମେଦିନା ପୁରରେ ଏହାର ପ୍ରଭାବ ଅଧିକ ପଡ଼ିବ।

ସେହିପରି ଉତ୍ତର ଓଡ଼ିଶାରେ ମଧ୍ୟ ଅମ୍ଫାନର ପ୍ରଭାବ ରହିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵରରେ ଏହାର ପ୍ରଭାବ ଅଧିକ ରହିବ। ସେହିପରି ଏହି ଜିଲ୍ଲାଗୁଡ଼ିକରେ ଅଧିକ ପବନ ମଧ୍ୟ ହେବାର ସମ୍ଭାବନା ରହିଛି।

Comment