ଓଡ଼ିଶାଲାଇଭ୍‌ ବ୍ୟୁରୋAmphan

ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼  ଅମ୍ପନ ଉପକୂଳକୁ ମାଡ଼ି ଆସୁଛି। ଅମ୍ପନ ଏବେ ପାରାଦୀପଠାରୁ ଦକ୍ଷିଣରେ ୩୫୦ କିଲୋମିଟର ଦୂରରେ ରହିଛି। ଏହାର ପ୍ରଭାବରେ ଯାଜପୁର ଜିଲ୍ଲାରେ ସନ୍ଧ୍ୟାରୁ ଝିପ୍‌ ଝିପ୍‌ ବର୍ଷା ଲାଗି ରହିଛି। ଏଥିସହିତ ପବନର ବେଗ ମଧ୍ୟ ଧୀରେ ଧୀରେ ବଢ଼ୁଛି।

ବାତ୍ୟା ଅମ୍ପନ ପ୍ରଭାବରେ ଜିଲ୍ଲାରେ ସକାଳଠୁ ପାଗ କୋହଲା ରହିଥିଲା। ମଝିରେ ମଝିରେ ଅଳ୍ପ ବର୍ଷା ହୋଇଥିଲା। କିନ୍ତୁ ସନ୍ଧ୍ୟାରୁ ବର୍ଷା ବଢ଼ିବା ସହିତ ପବନର ବେଗ ବଢ଼ିଛି।

ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ  ପ୍ରସ୍ତୁତ ରହିଛି। ଜିଲ୍ଲାରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ମୁତୟନ ହେବା ସହିତ ଓ ଅଗ୍ନିଶମ  କର୍ମଚାରୀଙ୍କୁ ମୁତୟନ କରାଯାଇଛି।

୨୦ ତାରିଖ ସକାଳ ୫ଟାରୁ ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।  ୨୦ ତାରିଖ ଅପରାହଣ କିମ୍ବା ସନ୍ଧ୍ୟାବେଳକୁ ଅମ୍ପନ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ କରିବା ସମୟରେ ସେଠାରେ ୧୫୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି।

Comment