ଓଡ଼ିଶାଲାଇଭ୍ ବ୍ୟୁରୋ

Amphan

ଦ୍ରୁତ ଗତିରେ ମାଡ଼ିଆସୁଥିବା ସାମୁଦ୍ରିକ ଝଡ଼ ଅମ୍ପନ ସହ ମୁକାବିଲା ପାଇଁ ସରକାରଙ୍କ ପକ୍ଷ୍ୟରୁ ଚାଲିଛି ପ୍ରସ୍ତୁତି। ଏନେଇ ଭଦ୍ରକର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ହାଇ ଆଲର୍ଟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଏହା ବ୍ୟତୀତ ଧାମରାର କିଛି ଅଂଶ ମଧ୍ୟ ଏହି ହାଇ ଆଲର୍ଟ ଅଧିନରେ ରହିଛି। ଏହି ସ୍ଥାନଗୁଡ଼ିକରେ ପବନର ବେଗ ଅଧିକ ରହିବାର ଆଶଙ୍କା କରାଯାଉଛି। ତେବେ ଏହି ସ୍ଥାନଗୁଡ଼ିକରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେଇସାରିଲାଣି।

ସାମାଜିକ ଦୂରତାକୁ ଆଖି ଆଗରେ ରଖି ପ୍ରାୟ ୧୦୪ ଆଶ୍ରୟସ୍ତଳୀ ମଧ୍ୟରୁ ୧୪ଟି ଆଶ୍ରୟସ୍ଥଳୀ ଏବଂ ୫୫୮ଟି ସ୍କୁଲରେ ଲୋକଙ୍କର ରହିବା ବ୍ୟବସ୍ଥା କରାଯାଉଛି। ହାଇ ଆଲର୍ଟ ଅଞ୍ଚଳଗୁଡ଼ିକରେ ଅଗ୍ନିଶମ ବିଭାଗ ତଥା NDRF ଓ ODRAFT ଟିମ ପଠାଇଦିଆଯାଇଛି।

amphan update

ସେହିପରି ଧାମରା ଏବଂ ଚାନ୍ଦବାଲିରେ ଗୋଟିଏ ଲେଖାଏଁ NDRF ଟିମ୍ ବାତ୍ୟାକାଳୀନ ଉଦ୍ଧାର ନିମନ୍ତେ ସଜାଗ ଥିବା ବେଳେ ବାସୁଦେବପୁରରେ ଗୋଟିଏ ODRAFT ଟିମ ପ୍ରସ୍ତୁତ ରହିଛି। ଏହା ବ୍ୟତୀତ ମହାବାତ୍ୟାର ମୁକାବିଲା ପାଇଁ ୧୭ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଗୁଡ଼ିକରେ ମାଇକ ଯୋଗେ ଲୋକମାନଙ୍କୁ ସଚେତନ କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀକୁ ପଳାଇଯିବାକୁ କୁହାଯାଉଛି।

ସେହିପରି ପଶୁସମ୍ପଦ ସୁରକ୍ଷା ପାଇଁ ଭେଟେରିନାରୀ ବିଭାଗ ତରଫରୁ ଏକ ରେସକ୍ୟୁ ଟିମ୍ ମଧ୍ଯ ପ୍ରସ୍ତୁତ ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ପନ ଉତ୍ତର ଦିଗରେ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି। ଏହା ବର୍ତ୍ତମାନ ପାରାଦୀପଠାରୁ ୪୮୦ କିଲୋମିଟର ଦୂରରେ ରହିଛି। ଏହାସହ ପଶ୍ଚିମବଙ୍ଗଠାରୁ ୬୩୦ କିଲୋମିଟର ଦୂରରେ ରହିଛି ମହାବାତ୍ୟା। ୨୦ ତାରିଖ ଅପରାହ୍‌ଣରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ।

Comment