ଓଡ଼ିଶାଲାଇଭ୍‌ ବ୍ୟୁରୋAmphan

ଅମ୍ପନ ମୁକାବିଲା ପାଇଁ ଯାଜପୁର ଜିଲ୍ଲାରେ ପ୍ରଶାସନ ରହିଛି ପୂରାପୂରି ପ୍ରସ୍ତୁତ।

ବାତ୍ୟା ଅମ୍ପନକୁ ନେଇ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଛି। ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଜିଲ୍ଲାର ସବୁ କର୍ମଚାରୀଙ୍କ ଛୁଟି ବାତିଲ ସହ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ୱରେ ରଖାଯାଇଛି। ଅମ୍ପନ ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ କର୍ମଚାରୀ ସଜାଗ ଅଛନ୍ତି।

ସେପଟେ ଯାଜପୁରରେ ମଧ୍ୟ ସକାଳୁ ପାଗରେ ପରିବର୍ତ୍ତନ ହୋଇଛି। ପାଗ କୋହଲା ସାଙ୍ଗକୁ ପବନର ବେଗ ଧୀରେ ଧୀରେ ବଢ଼ୁଛି। ମଝିରେ ମଝିରେ ଝିପ୍‌ ଝିପ୍‌ ବର୍ଷା ବି ହେଉଛି। ବାତ୍ୟା ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Comment