ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଅମ୍ପନ କାରଣରୁ ଏବେ ରାଜ୍ୟର ୩୪ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି। ଖୁବଶୀଘ୍ର ସେମାନଙ୍କ ପାଖରେ ବିଦ୍ୟୁତ୍ ପହଞ୍ଚାଯିବ। ଏଥିପାଇଁ ବର୍ତ୍ତମାନ ୩୨୭ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ଶକ୍ତି ବିଭାଗର ସଚିବ ବିଷ୍ଣୁ ସେଠୀ।

ସୂଚନା ମୁତାବକ, ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ଓ କଟକର ଯେଉଁ ଅଞ୍ଚଳରେ ଲାଇନ୍ କଟିଛି ସେହି ଅଞ୍ଚଳକୁ ବିଦ୍ୟୁତ ଯୋଗାଇ ଦିଆଯିବ। ତେବେ ଅମ୍ପନ କାରଣରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବ୍ୟାପକ କ୍ଷତିଗସ୍ତ ହୋଇଛି। ତେଣୁ ଏହି ଅଞ୍ଚଳରେ ପ୍ରଥମେ ପ୍ରାଥମିକତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଦ୍ୟୁତ ସଂଯୋଗ କରାଯିବ। ହସ୍ପିଟାଲ, ପାନୀୟ ଜଳ ଯୋଗାଣ ଭଳି ସ୍ଥାନକୁ ୧୨ ଘଣ୍ଟା ଭିତରେ ବିଜୁଳି ସଂଯୋଗ ଦିଆଯିବ ବୋଲି ଶକ୍ତି ବିଭାଗ ସଚିବ କହିଛନ୍ତି।

କ୍ଷତିଗସ୍ତ ହୋଇଥିବା ଅଞ୍ଚଳରେ ଏବେ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଖୁବଶୀଘ୍ର ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ସଚିବ କହିଛନ୍ତି।

Comment