ଓଡ଼ିଶାଲାଇଭ୍ ବ୍ୟୁରୋ

Bhadrak collecteor visit

ଗତକାଲି ସାମୁଦ୍ରିକ ଝଡ଼ ଅମ୍ପନର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏନେଇ ହାଇ ଆଲର୍ଟ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ମଧ୍ୟ କ୍ଷୟକ୍ଷତିର ସମ୍ମୁଖିନ ହୋଇଛନ୍ତି। ତେବେ ବାତ୍ୟାରୂପକ ଏହି ବିପଦ ଟଳିବା ପରେ ଭଦ୍ରକ ଜିଲ୍ଲାର ଧାମରା ଏବଂ ବାସୁଦେବପୁରର ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଜ୍ଞାନ ରଂଜନ ଦାସ। ସେହିପରି ଉପ ଜିଲ୍ଲାପାଳ ପିତାମ୍ବର ସାମଲ ମଧ୍ୟ ବାସୁଦେବପୁର ବ୍ଲକର ଅମ୍ପନ ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ।

ଏହି ସ୍ଥାନଗୁଡ଼କରେ ବାତ୍ୟା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ବାତ୍ୟା ପରେ ମଧ୍ୟ ଲୋକଙ୍କୁ ପାନୀୟ ଜଳ ଯୋଗେଇବାଠାରୁ ଆରମ୍ଭ କରି ପଶୁ ଚିକିତ୍ସା ତଥା ରାସ୍ତା ସଫା କାର୍ଯ୍ୟ ଏବଂ ଜମି ଥିବା ପାଣି ସଫା କରିବା କାର୍ଯ୍ୟ ମଧ୍ୟ ଚାଲୁ ରହିଛି।

Bhadrak sub collector

ବାସୁଦେବପୁର ବ୍ଲକକୁ ଅମ୍ପନ ବାତ୍ୟା ସମୟରେ ହାଇ ଆଲର୍ଟରେ ରଖାଯାଇଥିଲା। ବର୍ତ୍ତମାନ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ କରିବା ଜିଲ୍ଲା ପ୍ରଶାସନଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି।

Comment