ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିନା ଜିମ୍‌ ଓ ମର୍ଣ୍ଣିଂ ଓ୍ୱାକ୍‌ରେ ନିଜକୁ କେମିତି ଫିଟ୍‌ ଓ ସୁସ୍ଥ ରଖିବେ।

ଘର ପାହାଚରେ ତଳ ଉପର ହୁଅନ୍ତୁ

ଯଦି ଆପଣ ଜିମ୍‌ ବା ମର୍ଣ୍ଣିଂ ଓ୍ୱାକ କରିପାରୁ ନାହାନ୍ତି ତେବେ ଘରେ ପାହାଚରେ ତଳ ଉପର ହୁଅନ୍ତୁ। ପାହାଚରେ ତଳ ଉପର ହେବା ଏକ ପ୍ରକାର ଶାରୀରିକ ବ୍ୟାୟାମ। ଏହାଦ୍ୱାରା ଆପଣ ବିନା ଜିମ୍‌ରେ ନିଜକୁ ଆକ୍ଟିଭ୍‌ ଅନୁଭବ କରିବେ ଓ ଓଜନ ବି ନିୟନ୍ତ୍ରଣ କରିପାରିବେ।

ଷ୍ଟ୍ରେଚିଂ ବ୍ୟାୟାମ କରନ୍ତୁ

ଷ୍ଟ୍ରେଚିଂ ବ୍ୟାୟାମ କରିବା ଦ୍ୱାରା ଶରୀରରେ ନମନୀୟତା ଆସିଥାଏ। ଷ୍ଟ୍ରେଚିଂ ଦ୍ୱାରା ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ଲୋକମାନେ ମଧ୍ୟ ଏପରି ଏକ୍ସରସାଇଜ୍ କରିପାରିବେ। ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। କିନ୍ତୁ ଷ୍ଟ୍ରେିଚିଂ କରିବା ପୂର୍ବରୁ ଏହାର ପ୍ରକାର, ତୀବ୍ରତା ଏବଂ ସମୟ ଉପରେ ଧ୍ୟାନ ଦିଅନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ଡ୍ୟାନ୍ସ କରନ୍ତୁ

ଡ୍ୟାନ୍ସ କରିବା ମଧ୍ୟ ଏକ ପ୍ରକାର ଭଲ ବ୍ୟାୟାମ। ଏହା ଶରୀର ପାଇଁ ମଧ୍ୟ ଭଲ। ଏହାଦ୍ୱାରା ଶୀଘ୍ର ଓଜନ ହ୍ରାସ ହେବା ସହ ଅବସାଦ ଦୂର ହୁଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ। ଏହା ବ୍ୟତୀତ ଆପଣ ନୂଆ କିଛି ଜାଣିବା ପାଇଁ ଅନଲାଇନ୍‌ରେ ଭିଡିଓ ଦେଖି ଡ୍ୟାନ୍ସ କରିପାରିବେ।

LEAVE A REPLY

Please enter your comment!
Please enter your name here