ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ୯୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଥିସହ ଏହି ଦୁର୍ଘଟଣାରେ ମାତ୍ର ୨ ଜଣ ଯାତ୍ରୀ ଜୀବିତ ଥିବା ଜଣାପଡ଼ିଛି।

ଗତକାଲି ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସର ଫ୍ଲାଇଟ୍ ଏ-୩୨୦ ଲାହୋରରୁ କରାଚି ଯାଉଥିଲା। ହେଲେ କରାଚି ଏୟାରପୋର୍ଟରେ ଲ୍ୟାଣ୍ଡିର ଠିକ୍ ପୂର୍ବରୁ ଏହି ବିମାନଟି ଦୁର୍ଘଟଣାଗସ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଏହି ବିମାନରେ ମୋଟ ୯୧ ଜଣ ଯାତ୍ରୀ ଓ ୮ ଜଣ ବିମାନ କର୍ମଚାରୀ ଥିଲେ। ସେଥିମଧ୍ୟରୁ ୯୭ ଜଣଙ୍କ ମୃତ୍ୟୁ ହୋଇଛି।ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେଥିରେ ବିସ୍ପୋରଣ ହୋଇଥିଲା। ଏହାପରେ ସେଥିରୁ ଭୀଷଣ ଧୁଆଁ ବାହାରିବା ମଧ୍ୟ ଆରମ୍ଭ ହୋଇଯାଇଥିଲା। ଏହି ଦୁର୍ଘଟଣାରେ କେତେକ ଘର ମଧ୍ୟ ନଷ୍ଟ ହୋଇଯାଇଛି। ସିନ୍ଧର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରି ସୁଦ୍ଧା ସେଠାରୁ ମୋଟ ୮୨ ଜଣଙ୍କର ଶବ ଉଦ୍ଧାର କରାଯାଇଛି। ହେଲେ ସେଥିମଧ୍ୟରୁ କେତେଜଣ ଯାତ୍ରୀ ଓ କେତେଜଣ ସାଧାରଣ ଲୋକ ତାହା ଜଣାପଡ଼ିନାହିଁ।

 

କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ପାକିସ୍ତାନରେ ବିମାନ ସେବା ବନ୍ଦ ରହିଥିଲା। ଗତ ଶନିବାରଠାରୁ ସେଠାରେ ପୁଣିଥରେ ଉଡ଼ାଣ ଆରମ୍ଭ ହୋଇଥିଲା ବୋଲି ସୂଚନା ମିଳିଛି।

Comment