ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ମଧ୍ୟରେ କଟକରେ ଆଜିଠୁ ସମସ୍ତ ପ୍ରକାର ପାର୍କକୁ ଖୋଲାଯାଇଛି। ନିର୍ଦ୍ଦିଷ୍ଟ ନିୟମ ପାଳନ କରି ଲୋକମାନେ ପାର୍କକୁ ଯାଇପାରିବେ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହଯାଇଛି।

ଲୋକମାନେ ସକାଳ ୭ଟାରୁ ଦିନ ୧୦ଟା ଏବଂ ଅପରାହଣ ୪ଟାରୁ ୬ଟା ପର୍ଯ୍ୟନ୍ତ ପାର୍କକୁ ଯାଇ ବୁଲାବୁଲି କରିପାରିବେ। ତେବେ ଏହି ସମୟରେ ସେମାନେ ମୁହଁରେ ମାସ୍କ ପିନ୍ଧିବା ସହିତ ପରସ୍ପରଠାରୁ ସାମାଜିକ ଦୂରତା ପାଳନ କରିବେ ବୋଲି କୁହାଯାଇଛି।

ସେହିପରି ପାର୍କକୁ ଆସୁଥିବା ବ୍ୟକ୍ତିମାନେ ଦୋଳି କିମ୍ବା କୌଣସି ଜିମ୍ ଉପକରଣ ବ୍ୟବହାର କରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଲକଡାଉନ୍ କାରଣରୁ ବହୁଦିନ ଧରି ରାଜ୍ୟର ସମସ୍ତ ଅଞ୍ଚଳରେ ସର୍ବସାଧାରଣ ସ୍ଥାନଗୁଡ଼ିକ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା। ଏହା ମଧ୍ୟରେ ପାର୍କଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା। କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ କିଛି ପାର୍କଗୁଡ଼ିକ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଏବେ କଟକରେ ମଧ୍ୟ ପାର୍କଗୁଡ଼ିକ ଖୋଲାଯାଇଛି।

Comment