ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କଲା ପୂର୍ବତଟ ରେଲବାଇ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍ ଚଳାଚଳ କରିବ ନାହିଁ ବୋଲି ରେଲବାଇ ତରଫରୁ କୁହାଯାଇଛି।

ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୂର୍ବତଟ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଫଳରେ ପୁରୀକୁ ଆସୁଥିବା ଟ୍ରେନ୍ ଏବେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସିବ। ସେହିପରି ପୁରୀରୁ ଯିବାକୁ ଥିବା ଟ୍ରେନ ସବୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ ବୋଲି କୁହାଯାଇଛି।

ଏହାଦ୍ୱାରା ଜୁନ୍ ୧ରୁ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀ ଷ୍ଟେସନ ବଦଳରେ ଭୁବନେଶ୍ୱର ଷ୍ଟେସନରୁ ନିଜର ଯାତ୍ରା ଆରମ୍ଭ କରିବ ବୋଲି କୁହାଯାଇଛି। ତା’ସହ ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ ପାଇଁ ମଧ୍ୟ ସେହି ସମାନ ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଉଛି।

ତେବେ କେଉଁ କାରଣରୁ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ହେଲା ସେନେଇ ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ। ସମ୍ଭବତଃ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ରାଜ୍ୟ ସରକାର ଓ ରେଲୱେ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି।

Comment