ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନେପାଳ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ରବିବାର ନେପାଳ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ଓ ନେପାଳ ସୀମାକୁ ବନ୍ଦ କରିବା ସହିତ ସେଠାରେ ସୈନ୍ୟ ମୁତୟନ କରାଯିବ ବୋଲି ନେପାଳ ସରକାରଙ୍କ ତରଫରୁ କୁହାଯାଇଛି।

ପ୍ରଥମ ଥର ପାଇଁ ନେପାଳ ଓ ଭାରତ ସୀମାକୁ ବନ୍ଦ କରାଯାଉଛି। ଏହା ପୂର୍ବରୁ ଭାରତ-ନେପାଳ ମଧ୍ୟରେ ଥିବା ୧୭ ଶହ କିଲୋମିଟର ସୀମା ଖୋଲାରେ ରହିଥିଲା। ସେଠାରେ କୌଣସି ସୈନ୍ୟ ମୁତୟନ ହୋଇନଥିଲେ। ଦୁଇ ଦେଶର ଲୋକ ଅବାଧରେ ସୀମା ଭିତରକୁ ପ୍ରବେଶ କରିପାରୁଥିଲେ। ହେଲେ ଏବେ ଏହା ବନ୍ଦ ହେବାକୁ ଯାଉଛି। ଏଣିକି ନେପାଳ ଭିତରକୁ ପ୍ରବେଶ କରିବାକୁ ହେଲେ ଅନୁମତି ପାଇବାକୁ ହେବ।

୧୯୫୦ ମସିହାରୁ ଭାରତ ଓ ନେପାଳ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ମୈତ୍ରୀ ସନ୍ଧି ଯୋଗୁ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ଅବାଧ ପ୍ରବେଶ ଥିଲା। ହେଲେ ବର୍ତ୍ତମାନ ନେପାଳରେ ସରକାର ଗଠନ କରିଥିବା କମ୍ୟୁନିଷ୍ଟ ସରକାର ଏହାକୁ ଘୋର ବିରୋଧ କରିଆସୁଛି। ଯେଉଁ କାରଣରୁ ନେପାଳ ସରକାର ବର୍ତ୍ତମାନ ଏଭଳି ନିଷ୍ପତ୍ତି ନେଇଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଖରାପ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

Comment