ଓଡ଼ିଶାଲାଇଭ୍ ବ୍ୟୁରୋ

- କାର୍ଯ୍ୟରତ ଡାକ୍ତରଙ୍କ ସ୍ୱାବ୍ ପରୀକ୍ଷାରେ କରୋନା ପଜିଟିଭ୍
- ଆଉ ଜଣେ ନର୍ସ ଆକ୍ରାନ୍ତ
- ଡାକ୍ତର, ନର୍ସ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର
ନୟାଗଡ଼: ନୟାଗଡ଼ ଜିଲ୍ଲା ହସ୍ପିଟାଲର ଜଣେ ଡାକ୍ତର ଓ ନର୍ସଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା ପାଇଁ ସନ୍ଧ୍ୟାରେ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ଜୁନ୍ ୩ ତାରିଖରେ ଜିଲ୍ଲା ହସ୍ପିଟାଲର ଜଣେ ନର୍ସଙ୍କଠାରେ ପ୍ରଥମେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା।
ଷ୍ଟାଫ୍ ନର୍ସ ଜଣକ କେମିତି ଆକ୍ରାନ୍ତ ହେଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ଆଜି ଜଣେ ଡାକ୍ତର ଓ ଆଉ ଜଣେ ନର୍ସ କରୋନା ଆକ୍ରାନ୍ତ ହେବାକୁ ନେଇ ଚିନ୍ତା ବଢ଼ିଛି।
ଜିଲ୍ଲା ହସ୍ପିଟାଲକୁ ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ଓ ରୋଗୀ ସହାୟକ ଆସୁଛନ୍ତି। ଏହି ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି ତାକୁନେଇ ଖୋଳତାଡ଼ କରିବା ପ୍ରଶାସନ ପାଇଁ ଏବେ କାଠିକର ହୋଇପାରେ।
ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସେବିକାମାନଙ୍କର ରୁଟିନ୍ ଟେଷ୍ଟରୁ କରୋନା ସଂକ୍ରମଣ ତଥ୍ୟ ଜଣାପଡ଼ିଛି।













