ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି ୱେବସିରିଜ୍। ଯାହାର ନାଁ ରହିଛି ‘କୁଇନ୍’। ତାମିଲ ଭାଷାରେ ନିର୍ମିତ ହୋଇଥିବା ଏହି ୱେବସିରିଜଟି ଆପଣଙ୍କୁ ହିନ୍ଦୀରେ ମଧ୍ୟ ମିଳିପାରିବ।

ଏହି ୱେବସିରିଜରେ ଆପଣ ଜୟଲଳିତାଙ୍କ ବାଲ୍ୟବସ୍ଥାରୁ ଆରମ୍ଭ କରି ତାଙ୍କର ରାଜନୀତିରେ ପଦାର୍ପଣ ଆଦି ଦେଖିବାକୁ ପାଇବେ। ଏହାର ୧୧ଟି ଏପିସୋଡ୍ ବର୍ତ୍ତମାନ ଉପଲବ୍ଧ ଅଛି।

ଏହି ୱେବସିରିଜରେ ଆପଣ ଅଭିନେତ୍ରୀ ରାମାୟା କ୍ରଷ୍ଣନଙ୍କ ସହିତ ଇନ୍ଦ୍ରଜିତ ସୁକୁମାରନଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଏହାକୁ ଦେଖିବାକୁ ଯୁବପିଢ଼ି ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି।

ଏହି ୱେବସିରିଜକୁ ଆପଣ ବିନା କୌଣସି ମୂଲ୍ୟରେ mx player ଆପରେ ଦେଖିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ପଡ଼ିବ ନାହିଁ।

LEAVE A REPLY

Please enter your comment!
Please enter your name here