ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖେଳପଡିଆରେ ବି କରୋନା ତାର ପ୍ରଭାବ ପକାଇବା ଆରମ୍ଭ କରିଛି। କୋଭିଡ କାରଣରୁ ବିଶ୍ଵ କ୍ରିକେଟରେ କିଛି ନୂଆ ନିୟମ ଲାଗୁ କରାଯାଇଛି। ଆଇସିସି ପକ୍ଷରୁ ଏନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ହେବାକୁ ଥିବା ମ୍ୟାଚରେ ଏହି ନିୟମ ଲାଗୁ ହେବ।

ପ୍ରଥମ ନୂଆ ନିୟମ ହେଉଛି ଯଦି କୌଣସି କ୍ରିକେଟ୍ ଖେଳାଳି କରୋନା ଆକ୍ରାନ୍ତ ଜଣାପଡନ୍ତି କିମ୍ବା ତାଙ୍କଠାରେ ରୋଗର ଲକ୍ଷଣ ଦେଖାଯାଏ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଫିଲ୍ଡକୁ ଛଡ଼ା ଯାଇପାରିବ। ଆଇସିସି ତରଫରୁ ଜାରି କରାଯାଇଥିବା ବିବୃତି ଅନୁସାରେ ଯଦି ମ୍ୟାଚ ସମୟରେ କୌଣସି ଖେଳାଳି ବଲକୁ ବାରମ୍ବାର ଟ୍ୟାପିଂ କରନ୍ତି ତେବେ  ତାଙ୍କୁ ୫ ରନ ପର୍ଯ୍ୟନ୍ତ ପେନାଲ୍ଟି ଦେବାକୁ ପଡ଼ିବ।

ଆହୁରି ମଧ୍ୟ ଖେଳ ସମୟରେ ବଲରେ ଛେପ ଲଗାଇବା ନିଷେଧ କରାଯାଇଛି। ଛେପ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଖେଳାଳିମାନେ ଏଣିକି ଛେପ ଲଗାଇ ପାରିବେ ନାହିଁ।ତେବେ ବଲକୁ ଚକ୍ ଚକ୍ କରିବା ପାଇଁ ଝାଳର ସାହାଯ୍ୟ ନିଆଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ, କରୋନା ପରବର୍ତ୍ତୀ ବିଶ୍ଵ କ୍ରିକେଟ ପାଇଁ  ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ପକ୍ଷରୁ ଗୁଡ଼ାଏ ସୁପାରିସ କରାଯାଇଥିଲା ଏବଂ ଆଇସିସିର ମୁଖ୍ୟ କାର୍ଯ୍ୟକାରୀ କମିଟି ଏସବୁ ସୁପାରିଶକୁ ମଞ୍ଜୁରୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here