ଓଡ଼ିଶାଲାଇଭ୍ ବ୍ୟୁରୋ

jio

ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଲଞ୍ଚ୍ କରିଛି ନିଜର ବିର୍ଷିକିଆ ଅଫର୍। ଏହା ରିଚାର୍ଜ କରିବା ଦ୍ୱାରା ଆପଣଙ୍କକୁ ଏକ ବର୍ଷରେ ମିଳିପାରିବ ୭୪୦ ଜିବି ଡାଟା।

ଏହି ଅଫର ଅନୁସାରେ ଆପଣଙ୍କୁ ରିଚାର୍ଜ କରିବାକୁ ହେବ ୨୫୯୯ ଟଙ୍କା। ଏହାର ଭାଲିଡିଟି ଏକ ବର୍ଷ ରହିଛି। ଏହି ପ୍ଲାନ୍ ରିଚାର୍ଜ କରିବା ଦ୍ୱାରା ଆପଣଙ୍କୁ ଦୈନିକ ୨ ଜିବି ଡାଟା ମିଳିବ। ଏବଂ ଅତିରିକ୍ତ ଡାଟା ଭାବେ ୧୦ ଜିବି ମିଳିବ। କହିବାକୁ ଗଲେ ଆପଣ ସମୁଦାୟ ୭୪୦ ଜିବି ଡାଟା ପାଇପାରିବେ।

ଏହା ସହ ଜିଓ ରୁ ଜିଓ ମାଗଣା କଲ୍ ସହ ଅନ୍ୟ ନେଟଓ୍ୱର୍କକୁ ୧୨୦୦୦ ମିନିଟ୍ ମାଗଣ କଲ୍ କରିପାରିବେ। ଏହା ବ୍ୟତୀତ ଜିଓ ଆପ୍ସର ମାଗଣା ସବସ୍କ୍ରିପ୍ସନ୍ ସହ ପ୍ରତିଦିନ ୧୦୦ଟି ଏସ୍.ଏମ୍.ଏସ୍ ମାଗଣା ମିଳିବ।

jio-2

ସେହିପରି ବାର୍ଷିକ ୨୧୨୧ ଟଙ୍କା ରିଚାର୍ଜ କରିବା ଦ୍ୱାରା ଆପଣ ପାଇପାରିବେ ୩୩୬ ଦିନ ଯାଏଁ ଭାଲିଡିଟି। ଏହି ଅଫରରେ ଆପଣଙ୍କୁ ମିଳିବ ପ୍ରତିଦିନ ୧.୫ ଜିବି ଡାଟା। ଏହା ବ୍ୟତୀତ ଜିଓରୁ ଜିଓ ମାଗଣା କଲ୍ ସହ ଅନ୍ୟ ନେଟଓ୍ୱାର୍କକୁ ୧୨ ହଜାର ମିନିଟ୍ ମାଗଣା କଲ୍ କରିପାରିବେ। ଏହି ଅଫର ରିଚାର୍ଜ କରିବା ଦ୍ୱାରା ଜିଓ ସବ୍ସକ୍ରିପ୍ସନ୍ ମଧ୍ୟ ମାଗଣା ମିଳିବ।

Comment