ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଗଣପର୍ବ ରଜକୁ ନିଆରା ଢଙ୍ଗରେ ପାଳିଛନ୍ତି ପୁନେରେ ରହୁଥିବା ପ୍ରବାସୀ ଓଡ଼ିଆ। ଏଠାରେ କାର୍ଯ୍ୟ କରୁଥିବା ସ୍ୱଛାସେବୀ ସଂଗଠନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଦସ୍ୟମାନେ ଲୋକଙ୍କୁ କୋଭିଡ ସମ୍ପର୍କରେ ସଚ଼େତନ କରିବା ସହ ଔଷଧ ବାଣ୍ଟି ରଜ ମନେଇଛନ୍ତି।
ସମଗ୍ର ଭାରତରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପି ଥିବାବେଳେ ମହାରାଷ୍ଟ୍ରରେ ୧ଲକ୍ଷ ୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଦସ୍ୟମାନେ ଗତକାଲି ପୁନେର ବିଭିନ୍ନ ଅଞ୍ଚଳରେ ଜନ ସଚେନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ଏମାନେ ଦୈନନ୍ଦୀନ ଜୀବନରେ କରୋନା ମହାମାରୀଠାରୁ ନିଜକୁ କିଭଳି ସୁରକ୍ଷିତ ରଖିହେବ ସେନେଇ ସଚେତନ କରିଛନ୍ତି। ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭାରତ ସରକାରଙ୍କଦ୍ଵାରା ସ୍ଵୀକୃତିପ୍ରାପ୍ତ ଆରସିନ ୩୦ ଔଷଧ ବଣ୍ଟନ କରାଯାଇଛି।
ପୁନେର ଚାକନ ଅଞ୍ଚଳର ଦୁଇଟି ସ୍ଥାନ ଚିମିଳିଫାଟା ଓ ଦେହୁ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ସଂଯୋଜକ ସୌମ୍ୟ ରଞ୍ଜନ ମହାପାତ୍ର, ଜନ୍ମେଞ୍ଜୟ ବିଶ୍ୱାଳ, ଆନନ୍ଦ ମହାପାତ୍ର, ସତ୍ୟ, ନଗେନ୍ଦ୍ର ଖଟୁଆ, ଅଞ୍ଜୁ ପ୍ରମୁଖ ଉପସ୍ଥିତ ଥିଲେ।













