ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଦାଖ ଗଲଓ୍ୱାନ ଘାଟିରେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନର ସେନାର ଆକ୍ରମଣକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ଚୀନର ଏଭଳି ବିଶ୍ୱାସଘାତକତା ବିରୋଧରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଲୋକେ ସ୍ୱର ଉଠାଇଛନ୍ତି। ଚୀନ୍‌ର ଏହି କାର୍ଯ୍ୟ ଯୋଗୁଁ ଦେଶର ଅନେକ ସ୍ଥାନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ବାରାଣାସୀ ଏବଂ ଗୁଜୁରାଟର ଅନେକ ସ୍ଥାନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫଟୋରେ ଲୋକେ ନିଆଁ ଲଗାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହା ସହିତ ଚାଇନା ମୁର୍ଦାବାଦର ସ୍ଲୋଗାନ ମଧ୍ୟ ଦେଇଛନ୍ତି।

ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ଲୋକମାନେ ଚୀନ୍ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଚୀନ ରାଷ୍ଟ୍ରପତିଙ୍କ ପୋଷ୍ଟର, ଚୀନ ପତାକା ଓ ମୋବାଇଲରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।

Comment