ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କ ଭଳି ଜଣେ ଉଦୀୟମାନ କଳାକାର କାହିଁକି ଏଭଳି ନିଷ୍ପତ୍ତି ନେଲେ ତାକୁ ଉଠିଛି ପ୍ରଶ୍ନବାଚୀ। ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ମୁମ୍ବାଇ ପୋଲିସ। ଏହାରି ମଧ୍ୟରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର, ସଞ୍ଜୟ ଲୀଲା ଭଂସାଲୀ, ଏକତା କପୁର ଏବଂ ଅଭିନେତା ସଲମାନ ଖାନଙ୍କ ସମେତ ୮ ଜଣଙ୍କ ନାଁ ମାମଲା ଦାଖଲ ହୋଇଛି। ଓକିଲ ସୁଧୀର ଓଝା ଏମାନଙ୍କ ନାଁରେ ବିହାରର ମୁଝାଫରପୁର କୋର୍ଟରେ ମାମଲା ଦାଖଲ କରିଛନ୍ତି। ଜୁଲାଇ ୩ରେ କୋର୍ଟ ଏହି ମାମଲାରୁ ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ବଲିଉଡରେ ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଫିଲ୍ମ ରିଲିଜ ହେବାକୁ ଦିଆଯାଉନଥିଲା। ଯେଉଁଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ବି ସୁଶାନ୍ତଙ୍କୁ ଆମନ୍ତ୍ରିତ କରାଯାଉନଥିଲା ବୋଲି ଓକିଲ ସୁଧୀର ଓଝା କହିଛନ୍ତି।

ଗତ ରବିବାର ଦିନ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋଷଣର ଶିକାର ହୋଇଥିବାରୁ ସୁଶାନ୍ତ ଆତ୍ମହତ୍ୟା କରିଥିବା କିଛି ବଲିଉଡ ଷ୍ଟାର କହିଥିଲେ। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ଜୋର ଚର୍ଚ୍ଚା ଚାଲିଛି। ବଲିଉଡରେ ପରିବାରବାଦ ଚାଲିଛି ବୋଲି ମଧ୍ୟ ଅନେକ ମତ ଦେଇଛନ୍ତି।

Comment