ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ମୃତକ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଆଜି ୧୭୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୦ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ୨୯ ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି।

ଏହାସହ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ରେ ପହଞ୍ଚିଛି। ସେହିପରି ୩,୨୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୪୩ ସକ୍ରିୟ ରହିଛନ୍ତି। ଏଯାଏଁ କରୋନା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି।

Comment