ଓଡ଼ିଶାଲାଇଭ୍ ବ୍ୟୁରୋ

ବିଳାସମୟ ଯାନ ନିର୍ମାଣ କରିବାରେ ରେଞ୍ଜ୍ ରୋଭର କମ୍ପାନି ୫୦ ବର୍ଷ ପୂରଣ କରିଛି। ଏହି ଅବସରରେ କମ୍ପାନି ପକ୍ଷରୁ ନୂଆ ରେଞ୍ଜ୍ ରୋଭର୍ ଫିଫ୍ଟିର ବଜାର ପ୍ରବେଶ ହୋଇଛି।

ରେଞ୍ଜ୍ ରୋଭର କମ୍ପାନି ତରଫରୁ ଏହାର ଲିମିଟେଡ୍ ଏଡିସନ୍ ନୂଆ ରେଞ୍ଜ୍ ରୋଭର ଫିଫ୍ଟି ବଜାର ପ୍ରବେଶ କରିଛି। ବିଳାସମୟ ଯାନ ନିର୍ମାଣ କରିବାରେ କମ୍ପାନି ନିଜର ୫୦ ବର୍ଷ ପୂରଣ କରିଥିବାରୁ ଏହି ନୂତନ କାରକୁ ବଜାର ପ୍ରବେଶ କରାଯାଇଛି।

ଏହି ନୂଆ ରେଞ୍ଜ୍ ରୋଭର ଫିଫ୍ଟିରେ ୨୨ ଇଞ୍ଚ୍ ହ୍ୱିଲ୍‌ ଏବଂ ଫିଫ୍ଟି ବ୍ୟାଚ୍ ରହିଛି। ଏଥିସହ ଏହା ଉଭୟ ଷ୍ଟାଣ୍ଡାର୍ଡ ଏବ ଲଙ୍ଗ ହ୍ୱିଲ୍ ବେସ୍‌ରେ ମଧ୍ୟ ଉପଲବ୍ଧ ରହିଛି। ଏହାକୁ ଲ୍ୟାଣ୍ଡ୍ ରୋଭର ଚିଫ୍ କ୍ରିଏଟିଭ୍ ଅଫିସର ପ୍ରଫେସର ଗ୍ୟାରୀ ମ୍ୟାକ୍‌ଗଭର୍ଣ୍ଣ ଓବିଇ ପ୍ରସ୍ତୁତ କରିଛନ୍ତି।

ଏହା କାର୍ପାଥିଆନ୍ ଗ୍ରେ, ରୋସେଲୋ ରେଡ୍‌, ଆରୁବା ଏବଂ ସାଂଟୋରିନି ବ୍ଲାକ୍ ଆଦି ୪ଟି ରଙ୍ଗରେ ଉପଲବ୍ଧ ରହିବ। ଏସବୁ ରଙ୍ଗ ପୂର୍ବରୁ ବିଳାସମୟ ଯାନ ଟୁସକାନ୍ ବ୍ଲୁ, ବାହାମା ଗୋଲ୍ଡ ଏବଂ ଡାଭୋସ ହ୍ୱାଇଟ୍ ଆଦିରୁ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ଲ୍ୟାଣ୍ଡ୍ ରୋଭର ଚିଫ୍ କ୍ରିଏଟିଭ୍ ଅଫିସର ପ୍ରଫେସର ଗ୍ୟାରୀ ମ୍ୟାକ୍‌ଗଭର୍ଣ୍ଣ ଓବିଇ କହିଛନ୍ତି, ପୃଥିବୀର ବିଳାସପୂର୍ଣ୍ଣ ଯାନ ବଜାରରେ ରେଞ୍ଜ୍‌ରୋଭର ସବୁବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି। ଏହାର ନିର୍ମାଣ ଶୈଳୀକୁ ସବୁବେଳେ ଗ୍ରାହକମାନେ ପ୍ରଶଂସା କରିଛନ୍ତି ବୋଲି ସେ କହିଛନ୍ତି।ରେଞ୍ଜ୍ ରୋଭର କମ୍ପାନି ୧୯୭୦ ଜୁନ୍ ୧୭ଠାରୁ ବିଳାସମୟ ଯାନ କାରବାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି। ପ୍ରଥମ ଏସ୍‌ୟୁଭି ନିର୍ମାତା ଭାବେ ଏହା ୪ ଡବ୍ଲ୍ୟୁଡି ସିଷ୍ଟମ୍ ପ୍ରଚଳନ କରିଥିଲା। ୧୯୮୯ରେ ଏହା ବିଶ୍ୱର ପ୍ରଥମ ୪‍×୪ ଏବିଏସ୍ ଆଂଟି ଲକ୍ ବ୍ରେକ୍ ପ୍ରଚଳିତ କରିଥିବାବେଳେ ୧୯୯୨ରେ ପ୍ରଥମ କମ୍ପାନି ଭାବେ ୪×‍୪ ଇଲୋକ୍ଟ୍ରୋନିକ୍ସ୍ ଟ୍ରାକସନ୍ କଣ୍ଟ୍ରୋଲ(ଇଟିସି) ଏବଂ ଅଟୋମେଟିକ୍ ଇଲୋକ୍ଟ୍ରୋନିକ୍ସ୍ ଏୟାର ସସ୍‌ପେନ୍‌ସନ୍ ପ୍ରଣାଳୀର ଉପଯୋଗ କରିଥିଲା। ୨୦୧୨ରେ ରେଞ୍ଜ ରୋଭର ବିଶ୍ୱର ଏସ୍‌ୟୁଭି ଭାବେ ସମସ୍ତ ନିମାଣରେ ଲାଇଟ୍ ୱେଟ୍ ଆଲୁମିନିୟମ୍‌ର ବ୍ୟବହାର କରିଥିଲା। ଯାହାଦ୍ୱାରା ଏହା ହାଲକା ହେବା ସହିତ ସଶକ୍ତ ଏବଂ ଦକ୍ଷତାଯୁକ୍ତ ହୋଇପାରିଥିଲା।

Comment