ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଡ଼ା ବିଡ଼ା ଟଙ୍କା ଜବତ କରୁଛି ପୋଲିସ। ଶନିବାର ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଷୋୟୀ ଥାନା ଅଞ୍ଚଳରେ ଗୋଟିଏ କାର୍‌ରୁ ୩୪ ଲକ୍ଷ ଟଙ୍କା ଜବତ କରିଛି ପୋଲିସ।

କାର୍‌ଟି କେନ୍ଦୁଝରରୁ କୋଲକାତା ଯାଉଥିଲା।

ରାଇରଙ୍ଗପୁର ବିଷୋୟୀ ଛକ ନିକଟରେ ପୋଲିସ ଟଙ୍କା ବୋଝେଇ କାର୍‌କୁ ଜବତ କରିଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି।

Comment