ଓଡ଼ିଶାଲାଇଭ୍ ବ୍ୟୁରୋ

liquor seized

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଦେଶବ୍ୟାପି କରୋନା ଆତଙ୍କକୁ ନେଇ ଲକଡାଉନ ଜାରି ରହିଛି। ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବ୍ୟବସାୟୀ। ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।
ଆଜି ବାଲୁଗାଁ ଅବକାରୀ ବିଭାଗର ଓ.ଆଇ. ସି ମନୋଜ କୁମାର ବାରିକ ଏକ ୫ ଜଣିଆ ଟିମ ଗଠନ କରି ଖୋର୍ଦ୍ଧା ବାଣପୁର ବ୍ଲକର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ସାନସିରେଇପୁର ବିଟ ହାଉସ ଅଞ୍ଚଳରୁ ଦୁଇ ଜଣ ଦେଶୀ ମଦ ବେପାରୀଙ୍କଠାରୁ ୫୨ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରିବା ସହ ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ଜବତ କରିଛି।
arrested
ଲକଡାଉନର ସୁଯୋଗ ନେଇ ଚୋରା ଦେଶୀମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି। ଏହି ସମୟରେ ମଦ ଚୋରା କାରବାର ଉପରେ ପ୍ରଶାସନ ରୋକ ଲାଗେଇବାରେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଅନେକ ସ୍ଥାନରେ ଚାଲିଛି ଚୋରାମଦ କାରବାର ।ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଉଛି। ତେବେ ଏହି ୨ ଜଣ ବେପାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Comment