ଓଡ଼ିଶାଲାଇଭ୍‌ ବ୍ୟୁରୋ 

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ଲଦିଗୁଡ଼ା ଗାଁରୁ ବିପୁଳ ପରିମାଣରେ ବେଆଇନ ଦେଶୀ ମଦ ସହ ପୋଚ ଜବତ ହୋଇଛି।

ଲଦିଗୁଡ଼ା ଗାଁ ନିକଟରେ ଲୁଚିଛପି ପୋଚ ଓ ଦେଶୀ ମଦ ରନ୍ଧା ଯାଉଥିବା ଖବର ପୋଲିସ ପାଇଥିଲା। ବୁଧବାର ଅଣ୍ଡିରାକଞ୍ଚ ପୋଲିସ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ସ୍ଥାନରେ ଚଢ଼ାଉ ପୋଲିସ କରିଥିଲା। ପୋଲିସ ଘଟଣାସ୍ଥଳରୁ ୫୦ ଲିଟର ଦେଶୀ ମଦ ସହ ୧ ହଜାର ଲିଟର ପୋଚ ଜବତ।

ପୋଲିସ ବିପୁଳ ପରିମାଣରେ ପୋଚକୁ ନଷ୍ଟ କରିବା ସହ ମଦକୁ ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଣ୍ଡିରାକଞ୍ଚ ଏସ୍‌ଆଇ ସୁକାନ୍ତ ଦଳେଇଙ୍କ ନେତୃତରେ ଏହି ଚଢାଉ କରାଯାଇଥିଲା। ଏନେଇ ଅଣ୍ଡିରାକଞ୍ଚ ଥାନାରେ ୪୨/୧୯ରେ ଏକ ମାମଲା ରୁଜୁ କରାଯାଇଛି।

Comment