ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ଵର ଓ୍ଵାର୍ଡର ଆକାଣ୍ଟସ କଲୋନୀ ଓ ୧୯ ନମ୍ଵର ଓ୍ଵାର୍ଡର ଲୋକୋ କଲୋନୀକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ରେଲଓ୍ଵେ କର୍ମଚାରୀ କରୋନା ପଜିଟିଭ୍‌ ବାହାରିବା ପରେ ଏହି ଦୁଇ କଲୋନୀକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହୋମ କ୍ଵାରେଣ୍ଟାଇନ୍‌ରେ ଥିଲେ। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି। ଖୋର୍ଦ୍ଧା ସବଡିଭିଜନକୁ ୧୬ଘଣ୍ଟା ବନ୍ଦ ଘୋଷଣା କରାଯାଇଥିବା ବେଳେ ଜଟଣୀରେ ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି।

ସେହିପରି ଆଜି ଖୋର୍ଦ୍ଧାରୁ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ଵରରୁ ଜଣେ ଚିହ୍ନଟ ହୋଇଛନ୍ତି।

Comment