ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ସେନା ମୁଖ୍ୟ ଆଜି ପୂର୍ବ ଲଦାଖ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହା ସେହି ସ୍ଥାନ ଯେଉଁଠି ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଏଠାରେ ଅବସ୍ଥାପିତ ଯବାନମାନଙ୍କୁ ଭେଟିଛନ୍ତି ସେନାମୁଖ୍ୟ।

ସୀମାରେ ଗ୍ରାଉଣ୍ଡର ଜିରୋରୁ ସ୍ଥିତି ସମୀକ୍ଷା କରିବା ସହିତ ଯବାନଙ୍କର ସାହସ, ଚମତ୍କାର କାର୍ଯ୍ୟ, ଉତ୍ସାହ ପାଇଁ ସେମାନଙ୍କୁ ସେନାମୁଖ୍ୟ ସମ୍ମାନିତ କରିଛନ୍ତି।  ସେନା ମୁଖ୍ୟ ଆଜି ଗ୍ରାଉଣ୍ଡ କମାଣ୍ଡରଙ୍କ ସହ ଆଲୋଚନା କରିବେ ଏବଂ ଆଗକୁ ମଧ୍ୟ ପରିଦର୍ଶନ କରିବେ।

ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱାଣେ ପ୍ରଥମ ଥର ପାଇଁ ମଙ୍ଗଳବାର ଲଦାଖ ଗସ୍ତରେ ଯାଇଥିଲେ। ସେ ପ୍ରଥମେ ଲେହର ମିଲିଟାରୀ ହସ୍ପିଟାଲରେ ପହଞ୍ଚିଥିଲେ, ଯେଉଁଠାରେ ଗଲଓ୍ୱାନ ହିଂସାରେ ଆହତ ଯବାନ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ବାୟୁସେନା ମୁଖ୍ୟ ମାର୍ଶଲ ଆର କେ ଏସ୍‌ ଭଦୌରିୟା ଲଦାଖ ଗସ୍ତ କରିଥିଲେ।

Comment