ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ପରୀକ୍ଷା ବାତିଲ। ବାକି ଥିବା ଦଶମ ଓ ଦ୍ଵାଦଶର ସବୁ ପରୀକ୍ଷାକୁ ବାତିଲ କରାଯାଇଛି। ଜୁଲାଇ ୧ରୁ ୧୫ ମଧ୍ୟରେ ହୋଇଥାନ୍ତା ପରୀକ୍ଷା। ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ସଲିସିଟର ଜେନେରାଲ ଜଣାଇଥିଲେ।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଓଡିଶା ଏହି ପରୀକ୍ଷା ପରିଚାଳନା କରିବାରେ ଅକ୍ଷମତା ଦର୍ଶାଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଦଶମ ଏବଂ ଦ୍ୱାଦଶର ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି।

ଅବଶିଷ୍ଟ ସିବିଏସ୍‌ଇ ବୋର୍ଡ ପରୀକ୍ଷା ସମ୍ପର୍କରେ କିଛି ଅବିବାଭକ ପୂର୍ବରୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମଙ୍ଗଳବାର କୋର୍ଟରେ ଏହା ଶୁଣାଣି ହୋଇଥିଲା। ଏଥି ସହ ସୁପ୍ରିମକୋର୍ଟ କହିଥିଲେ ଯେ ଚୂଡ଼ାନ୍ତ ନିଷ୍ପତ୍ତି ୨୫ ​​ଜୁନ୍ ଅପରାହ୍‌ଣ ୨ଟା ସୁଦ୍ଧା ଦିଆଯିବ।

LEAVE A REPLY

Please enter your comment!
Please enter your name here