ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ସଂସଦ ମହାରତ୍ନ’ ସମ୍ମାନରେ ସମ୍ମାନିତ ହେବେ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ୧୭ତମ ଲୋକସଭାର ପ୍ରଥମ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ସମ୍ମାନିତ କରାଯିବ।  ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍‌ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ।

୧୯୯୮ରୁ ଲଗାତାର ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଭର୍ତ୍ତୃହରିା ୧୭ ତମ ଲୋକସଭାର ପ୍ରଥମ ବର୍ଷରେ ତାଙ୍କର ଦକ୍ଷତା ଓ ଉପସ୍ଥାପନା ଶୈଳୀ ପାଇଁ ସେ ସମ୍ମାନିତ ହେଉଛନ୍ତି।

ଭର୍ତ୍ତୃହରିଙ୍କ ସମେତ ଲୋକସଭାର ୮ ଏବଂ ରାଜ୍ୟସଭାର ୨ ଜଣ ସାଂସଦ ମଧ୍ୟ ଚଳିତ ବର୍ଷ ପାଇଁ ସଂସଦ ରତ୍ନ ଆଓ୍ୱର୍ଡ ପାଇଁ ମନୋନୀତ ହୋଇଛନ୍ତି। ଏହି ଆଓ୍ୱାର୍ଡ ବିଭିନ୍ନ ବର୍ଗରେ ପ୍ରଦାନ କରାଯିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଜୁରି କମିଟି ଏହି ସାଂସଦମାନଙ୍କୁ ଚୟନ କରିଛନ୍ତି।

କୋଭିଡ -୧୯ ମହାମାରୀ ପରେ ସ୍ୱାଭାବିକତା ଫେରି ଆସିବା ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ତାରିଖ ଘୋଷଣା କରାଯିବ ବୋଲି ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ତଥା ସାଂସଦ ରତ୍ନ ପୁରସ୍କାର କମିଟିର ଚେୟାରମ୍ୟାନ୍ କେ ଶ୍ରୀନିବାସନଙ୍କ କହିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ଏ ପି ଜେ ଅବଦୁଲ କଲାମଙ୍କ ପରାମର୍ଶ ପରେ ୨୦୧୦ ମସିହାଠାରୁ ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ସଂସଦରେ ଭଲ ପ୍ରଦର୍ଶନ କରିଥିବା ସାଂସଦମାନଙ୍କୁ ଏହି ପୁରସ୍କାର ପ୍ରଦାନ କରୁଛି। ପ୍ରଥମଥର ପାଇଁ କଲାମ୍‌ ହିଁ ୨୦୧୦ ମସିହାରେ ଏହାର ଶୁଭାରମ୍ଭ କରିଥିଲେ।

Comment