ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୧୫ ତାରିଖ  ସୁଦ୍ଧା ବାହାରିବ ସିବିଏସ୍ଇ ଓ ଆଇସିଏସଇ ପରୀକ୍ଷା ରେଜଲ୍ଟ। ସୁପ୍ରିମକୋର୍ଟରେ ଆଗତ ପିଟିସନର ଶୁଣାଣି ସମୟରେ ଏନେଇ ସୂଚନା ମିଳିଛି।

ଗତକାଲି ସିବିଏସଇ ଓ ଆଇସିଏଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ଘୋଷଣା କରାଯାଇଥିଲା। ଜୁଲାଇ ୧ରୁ ୧୫ ତାରିଖ ଭିତରେ ହେବାକୁ ଥିବା ଏହିସବୁ ପରୀକ୍ଷାକୁ ବାତିଲ୍ କରିଦିଆଯାଇଥିଲା।

ଏନେଇ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। କରୋନା କଟକଣା କାରଣରୁ ମହାରାଷ୍ଟ୍ର, ଦିଲ୍ଲୀ ଓ ଓଡ଼ିଶାରେ ଏହି ପରୀକ୍ଷା ପରିଚାଳନା ଅସମ୍ଭବ ବୋଲି ସେ ଦର୍ଶାଇଥଇଲେ। ଏହାପରେ ସିବିଏସଇ ଓ ଆଇସିଏସଇ ପରୀକ୍ଷାକୁ ବାତିଲ୍ କରାଯାଇଥିଲା।

ପରୀକ୍ଷା ବାତିଲ୍ ହୋଇଯାଇଥିଲେ ମଧ୍ୟ ଜୁଲାଇ ୧୫ ତାରିଖ ସୁଦ୍ଧା ଏହି ପରୀକ୍ଷାର ରେଜଲ୍ଟ ବାହାରିବ ବୋଲି କୁହାଯାଇଛି।

Comment