ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିହ୍ନଟ ହେଲେ ଆଉ ୬ ଜଣ କରୋନା ପଜିଟିଭ୍। ଏହାକୁ ମିଶାଇ ଏହି ହସ୍ପିଟାଲରୁ ବର୍ତ୍ତମାନ ସୁଦ୍ଧା ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଏନେଇ ଆଜି ସିଡିଏମଓ ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି।

ଆଜି ନୂଆକରି ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଚାରିଜଣ କ୍ୟାନସର ରୋଗୀ ଅଛନ୍ତି। ଏଥିସହ ହସ୍ପିଟାଲର ଜଣେ ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ଆହାର କେନ୍ଦ୍ର କର୍ମଚାରୀ କରୋନା ପଜିଟିଭ୍ ଥିବା ନେଇ ଜଣାପଡ଼ିଛି।

ଏହା ପୂର୍ବରୁ ଗତକାଲି ସେଠାରେ ଦୁଇ ଜଣ ନର୍ସ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ମଧ୍ୟ କରୋନା ପଜିଟିଭ୍ ଜଣାପଡ଼ିଥିଲେ। ତେଣୁ ତାଙ୍କଠାରୁ ଏହି ଲୋକମାନେ ସଂକ୍ରମିତ ହୋଇଥିବା କୁହାଯାଉଛି।

Comment