ଓଡ଼ିଶାଲାଇଭ୍ ବ୍ୟୁରୋ

app ban-1

ଭାରତରେ ୫୯ଟି ଚାଇନିଜ୍ ଆପ ବ୍ୟାନ ହେବା ପରେ ଚୀନକୁ ଲାଗିଛି ଝଟକା। ଚୀନର ଗ୍ଲୋବାଲ୍ ଟାଇମ୍ସ ଖବରକାଗଜରେ ଚୀନର ହୋଇଥିବା କ୍ଷତିପୂରଣ ବିଷୟରେ ଉଲ୍ଲେଖ କରାଯାଇଛି। ଗ୍ଲୋବାଲ ଟାଇମ୍ସର ଟ୍ୱିଟ୍ ଅନୂଯାୟୀ ଚାଇନିଜ ଆପ ବ୍ୟାନ ହେବା ପରେ ଏହାର କମ୍ପାନିଗୁଡ଼ିକୁ ବହୁତ କ୍ଷତି ହୋଇଛି।

ଟିକଟକ ବ୍ୟାନ ହେବା ଫଳରେ ଏହାର ସଂସ୍ଥାପକ କମ୍ପାନିକୁ ସହିବାକୁ ପଡ଼ିଛି ଛଅ ଅରବ ଡଲାରର କ୍ଷତି। ଗୋଟିଏ ଆପ ବ୍ୟାନ ପାଇଁ ଏତିକି କ୍ଷତି ହେଉଥିଲେ ସମୁଦାୟ ୫୯ଟି ଆପ୍ ପାଇଁ ଚୀନ କମ୍ପାନିଗୁଡ଼ିକୁ ବହୁଗୁଣା କ୍ଷତି ସହିବାକୁ ପଡ଼ିପାରେ।

app ban-2

ଗ୍ଲୋବାଲ ଟାଇମ୍ସ କହିଛି ମୋଦୀ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଚୀନର ଆର୍ଥିକ ଅବସ୍ଥା ବିଗିଡ଼ିବାର ସଂପୂର୍ଣ୍ଣ ଆଶଙ୍କା ରହିଛି। ଚୀନର ଅର୍ଥନୈତିକ ବ୍ୟାପାର ପାଇଁ ଭାରତ ଏକ ମୁଖ୍ୟ ମାଧ୍ୟମ ରହିଆସିଛି। ଏହି ଆପ ଯୋଗୁଁ ଭାରତରୁ ବିଶେଷ ଲାଭ ପାଇବା ସହ ଏହୀର କମ୍ପାନିଗୁଡ଼ିକ ଭାରତ ଉପରେ ନଜର ମଧ୍ୟ ରଖିପାରୁଥିଲେ ବୋଲି କୁହାଯାଇଛି।

Comment