ଓଡ଼ିଶାଲାଇଭ୍ ବ୍ୟୁରୋ

martyred devendra kumar-1

କାନପୁର ପୋଲିସ୍ ଅପରାଧୀ ମୁହାମୁହିଁରେ ସହିଦ ହୋଇଛନ୍ତି ଆଠ ଜଣ ପୋଲିସ ଯବାନ। ଏଥିରେ ସାମିଲ୍ ଅଛନ୍ତି ବିଲହୋରର ସିଓ ଦେବେନ୍ଦ୍ର ମିଶ୍ର। ମୋଷ୍ଟଓ୍ଵାଣ୍ଟେଡ ଅପରାଧୀ ବିକାଶ ଦୁବେର ଗୁଳିରେ ପ୍ରାଣ ହରାଇଛନ୍ତି ସେ। ହେଲେ ବାପାଙ୍କ ବିୟୋଗ ଝିଅ ବୈଷ୍ଣବୀଙ୍କୁ ଶକ୍ତ ଆଘାତ ଦେଇଛି। ଏନେଇ ସେ ଏବେ ପୋଲିସରେ ଭର୍ତ୍ତି ହେବାର ନିଷ୍ପତ୍ତି ନେଇଛନ୍ତି। ଦେବେନ୍ଦ୍ରଙ୍କ ଏକ ଅଡିଓ ରେକର୍ଡିଂ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରୁ ବିକାଶ ସହିତ କିଛି ପୋଲିସ ମଧ୍ୟ ସାମିଲ ଥିବା ଅନୁମାନ କରାଯାଉଛି।

ବାନ୍ଦାର ଗିରଓ୍ୱାଁର ବାସିନ୍ଦା ଅଟନ୍ତି ଦେବେନ୍ଦ। ନିଜ ପତ୍ନୀ ଆଶା ଏବଂ ଦୁଇ ଝିଅ ବୈଷ୍ଣବୀ ଓ ବୈଷାର୍ଦୀଙ୍କୁ ନେଇ ସେ ମେଡିକାଲ କଲେଜ କ୍ୟାମ୍ପସର ପାମକୋର୍ଟ ଆପାର୍ଟମେଣ୍ଟରେ ରହୁଥିଲେ। ଝିଅ ବୈଷ୍ଣବୀ ମେଡିକାଲ ଛାତ୍ରୀ ଥିବା ବେଳେ ସାନ ଝିଅ ଇଣ୍ଟରର ଛାତ୍ରୀ ଥିଲେ। ୧୯୮୦ରେ ଦେବେନ୍ଦ୍ର ପୋଲିସରେ ଭର୍ତ୍ତି ହୋଇଥିଲେ। ଆଉ ନଅ ମାସ ପରେ ସେ ଅବସର ନେଇଥାନ୍ତେ। କରୋନା ସମୟରେ ସେ ଘରକୁ ଆସିପାରିନଥିଲେ। ତେଣୁ ପରିବାର ସହ ସେ ଭିଡିଓ କଲରେ କଥା ହୁଅନ୍ତି।

martyred devendra kumar-2

ହେଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧରେ ଜଳୁଛନ୍ତି ଧିଅ ବୈଷ୍ଣବୀ। ସେ କହିଛନ୍ତି,”ଏବେ ସେ ନିଜ ବାପାଙ୍କ ଭଳି ପୋଲିସରେ ଭର୍ତ୍ତି ହୋଇ ଅପରାଧୀଙ୍କୁ ସଠିକ୍ ଯବାବ ଦେବି। ନିଜ ପିତାଙ୍କ ତ୍ୟାଗକୁ ନଷ୍ଟ ହେବାକୁ ଦେବି ନାହିଁ”। ତେବେ ଅପରାଧୀ ବିକାଶ ଦୁବେକୁ ଧୋଜିବାକୁ ପ୍ରଶାସନ ତରଫରୁ ଯଥେଷ୍ଟ ପ୍ରଚେଷ୍ଟା ଚାଲିଛି। ବିକାଶ ଦୁବେର ମୁଣ୍ଡ ଉପରେ ଅଢେଇ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିବା ସହିତ ସ୍ଥାନେ ସ୍ଥାନେ ଫଟୋ ଲଗାଇଛି ୟୁପି ପୋଲିସ୍‌।

Comment