ଓଡ଼ିଶାଲାଇଭ୍ ବ୍ୟୁରୋ

ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀ ରେ ବି ପରିବର୍ତ୍ତନ ଦେଖାଯାଉଛିା ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଥିବା ଲୋକ ଏବେ ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଅଭ୍ୟାସ କରିଦେଇଛନ୍ତିା

ଅଧିକାଂଶ ଲୋକ ବିଳମ୍ବିତ ରାତିଯାଏଁ ନଶୋଇ କିଛି ନା କିଛି କାମରେ ଲାଗିଥାନ୍ତି ଓ ବିଳମ୍ବିତ ରାତିରେ ଖାଦ୍ୟ ବି ଖାଇଥାନ୍ତିା ହେଲେ ଏହି ଅଭ୍ୟାସ ଶରୀରକୁ ଗମ୍ଭୀର ଭାବେ ପ୍ରଭାବିତ କରିଥାଏା ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏା

ବିଳମ୍ବିତ ରାତିରେ ଖାଇଲେ ଶୋଇବାରେ ସମସ୍ୟା ହୋଇଥାଏା ଏହା ସହିତ ଗ୍ୟାଷ୍ଟ୍ରିକ ହେବା ସହ ରାତିର ଖରାପ ସ୍ୱପ୍ ଆସିଥାଏା

ବିଳମ୍ବିତ ରାତିରେ ଖାଇଲେ ହଜମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏା କାରଣ ଏହି ସମୟରେ ଖାଦ୍ୟ ଖାଇଲେ ତାହା ଠିକ ସେ ହଜମ ହୋଇନଥାଏା ଏଥିପାଇଁ ଖାଇବା ସଙ୍ଗେ ସଙ୍ଗେ ନଶୋଇ କିଛି ସମୟ ଏପଟ ସେପଟ ହେବାକୁ ପରାମର୍ଶ ଦିଆଯାଇଥାଏା

ବିଳମ୍ବିତ ରାତିରେ ଖାଦ୍ୟ ଖାଇଲେ ଓଜନ ବଢ଼ିଥାଏା କାରଣ ଡେରୀ ରାତିରେ ଖାଇଲେ ଶୋଇବାରେ ସମସ୍ୟା ହୋଇଥାଏା ଏହା ଓଜନ ଉପରେ ପ୍ରଭାବ ପକାଇଥାଏା

ଏହି ଅଭ୍ୟାସ ଦ୍ୱାରା ରକ୍ତଚାପ ସମସ୍ୟା ବି ହୋଇଥାଏା ଏକ ସର୍ଭେରୁ ଜଣାପଡ଼ିଛି ବିଳମ୍ବିତ ରାତିରେ ଖାଇଲେ ଏହା ରକ୍ତଚାପ ବୃଦ୍ଧି କରିବା ସହ ସୁଗାର ଲେଭଲ ବି ବଢ଼ିଥାଏା

Comment