ଓଡ଼ିଶାଲାଇଭ୍ ବ୍ୟୁରୋ

vikas dubey-2

ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଧରିବା ପାଇଁ ପୁରସ୍କାର ରାଶିକୁ ଦୁଇଗୁଣା କରିଛି ୟୁପି ପୋଲିସ୍। ପୂର୍ବରୁ ଏହା ଅଢ଼େଇ ଲକ୍ଷ ଥିଲା, ବର୍ତ୍ତମାନ ଏହାକୁ ବଢ଼ାଇ ପାଞ୍ଚ ଲକ୍ଷ ଟଙ୍କା କରିଦିଆଯାଇଛି। କାନପୁର ହିଂସାରେ ପୋଲିସ୍ ଅପରାଧୀ ମୁହାଁମୁହିଁ ସମୟରେ ବିକାଶ ଦୁବେର ଗୁଳିରେ ଆଠ ପୋଲିସ୍ ଯବାନ ସହିଦ ହୋଇଯାଇଥିଲେ।

ବିକାଶ ଦୁବେର ଅପରାଧ ପ୍ରମାଣ ଖୋଜିବା ପାଇଁ ପୋଲିସ ଲାଗି ପଡ଼ିଛି। ବିକାଶର ପାଖ ଲୋକ ଶ୍ୟାମୁ ବାଜପେୟୀକୁ ଗିରଫ କରାଯାଇଛି। କିନ୍ତୁ ଘଟଣା ସମୟରେ ସେ ବିକାଶ ସହିତ ନଥିଲା ବୋଲି ସଫେଇ ଦେଇଛି। ଏଥିସହିତ ପୋଲିସ ବିକାଶ ଦୁବେଙ୍କ ଚାକରାଣୀ ଏବଂ ଦୁଇ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରୁଛି। ଅପରାଧୀକୁ ଧରିବା ପାଇଁ ପୋଲିସର ନିଦ ହଜି ଯାଇଛି।

vikas dubey-3

ଏହା ସହ ବିକାଶର ଅନ୍ୟ ଜଣେ ସାଥୀ ଅମର ଦୁବେର ଏନକାଉଣ୍ଟର କରାଯିବା ପରେ ୟୁପି ଏ.ଡି.ଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ଆମ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି। ଅନ୍ୟ ଆରୋପୀମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ।

Comment