ଓଡ଼ିଶାଲାଇଭ୍ ବ୍ୟୁରୋ

bikash dubey

 

ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଅନ୍ତ ଘଟିଛି। ପୋଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ। ତେବେ ମଧ୍ୟପ୍ରଦେଶ ପୋଲିସ ହାତରେ ଧରା ପଡ଼ିବା ପରେ ବିକାଶ ଦୁବେ ଏଭଳି କିଛି ଅପରାଧ ସ୍ୱୀକାର କରିଥିଲା ଯାହା ପୋଲିସକୁ ମଧ୍ୟ ଚିନ୍ତାରେ ପକାଇଥିଲା।

CGU new

ତେବେ ପୋଲିସ ଆଗରେ ବିକାଶ ବହୁତ କିଛି ସ୍ୱୀକାର କରିଥିଲା। ବିକାଶ ମହାକାଳଙ୍କ ବହୁତ ବଡ଼ ଭକ୍ତ ଥିଲା। ପ୍ରତିଦିନ ପ୍ରାୟ ଦୁଇ ଘଣ୍ଟା ସେ ପୂଜାପାଠରେ ବିତାଏ। ତେବେ ଆଠଜଣ ପୋଲିସକର୍ମୀଙ୍କୁ ଗୁଳିମାଡ଼ରେ ହତ୍ୟା କରିବା ପରେ ସେ ମହାକାଳଙ୍କ ଶରଣକୁ ଯାଇଥିଲା। ମନ୍ଦିର ପରିସରରେ ନିଜକୁ ସୁରକ୍ଷିତ ମନେ କରୁଥିବା ବିକାଶ ବହୁତ ସମୟ ଯାଏଁ କାନ୍ଦି ଥିଲା। ତେବେ ବିକାଶ ସ୍ୱୀକାର କରିଥିଲା ଯେ ଏନକାଉଣ୍ଟର ଭୟରେ ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା।

Gangster Vikas Dubey arrested in Ujjain

ଏହା ବ୍ୟତୀତ ସହିଦ ହୋଇଥିବା ପୋଲିସ କର୍ମୀଙ୍କ ଶବକୁ ଜାଳିଦେବାର ମଧ୍ୟ ପ୍ଲାନ କରିଥିଲା ବିକାଶ। ଏଥିପାଇଁ ତେଲ ମଧ୍ୟ ଆଣାଯାଇଥିଲା। ସେସମୟରେ ବହୁତ ସଂଖ୍ୟାରେ ପୋଲିସ ଫୋର୍ସ ସେଠାରେ ପହଞ୍ଚିଯିବାରୁ ଏବି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେବେ ଏହି ଘଟଣା ପୂର୍ବରୁ ବିକାଶ ନିଜ ସାଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ସହ ଆଶିବାକୁ କହିଥିଲା ଏବଂ ଯୋଜନା ଅନୂଯାୟୀ ଗୁଳିମାଡ଼ ପରେ ସମସ୍ତଙ୍କୁ ଅଲଗା ଅଲଗା ଦିଗରେ ଦୌଡ଼ି ପୋଲିସ କବଳରୁ ଖସିଯିବାକୁ କହିଥିଲା।

bikas dubey-3.0

ତେବେ ଏହି ସବୁ ଅପରାଧ ସ୍ୱୀକାର କରିବା ସମୟରେ ବିକାଶ ପୋଲିସ ଆଗରେ କହିଥିଲା ଯେ ସେ ଏପରି କରିବାକୁ ଚାହୁଁନଥିଲା କିନ୍ତୁ ତାକୁ ବାଧ୍ୟ କରାଯାଇଥିଲା। ଏହିକଥା ଶୁଣି ପୋଲିସ ଚିନ୍ତାରେ ପଡ଼ିଯାଇଥିଲା। ତେବେ ଏଥିରେ ପୋଲିସକର୍ମୀଙ୍କ ମଧ୍ୟରୁ କେହି ସାମିଲ୍ ଥିବାର ସନ୍ଦେହ କରାଯାଉଛି ଏବଂ ଏହା ପଛରେ ଆଉ କାହାର ହାତ ଅଛି କି ନାହିଁ ଜାଣିବାକୁ ପୋଲିସ ଚେଷ୍ଟା ଚଳାଇଛି।

LEAVE A REPLY

Please enter your comment!
Please enter your name here