ଓଡ଼ିଶାଲାଇଭ୍ ବ୍ୟୁରୋ
କଟକରେ ଆଜି ଅଭାବନୀୟ ଘଟଣା ଘଟିଛି। ତ୍ରିଶୁଳିଆ ବ୍ରିଜ ଉପରୁ ମା’ ଏବଂ ଝିଅ କାଠଯୋଡ଼ି ନଦୀକୁ ଡେଇଁପଡ଼ିଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେ ନଦୀରେ ପାଣି ଥିବାରୁ ଦୁଇ ମହିଳାଙ୍କ ପତ୍ତା ମିଳିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି।
ବୁଧବାର ଅପରାହ୍ଣରେ ଦୁଇ ମହିଳା ଗୋଟିଏ ସ୍କୁଟିରେ ଆସିଥିଲେ। ବ୍ରିଜ ଉପରେ ଗାଡ଼ି ରଖି ନଦୀକୁ ସିଧା ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ଦୁଇ ମହିଳା କାହିଁକି ନଦୀକୁ ଡେଇଁଲେ ତାର କାରଣ ଜଣାପଡ଼ିନାହିଁ। ଉଭୟଙ୍କୁ ପତ୍ତା ମିଳିବା ପରେ ସବୁକିଛି ସ୍ପଷ୍ଟ ହେବ।


















