ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାରଠାରୁ ଚାରିଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି ରାଜ୍ୟ ଅଗ୍ନିଶମ ବାହୀନିର କର୍ମଚାରୀ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଉଛି। ଏନେଇ ଓଡ଼ିଶା ଅଗ୍ନିଶମ କର୍ମଚାର ସଂଘ ପକ୍ଷରୁ ପ୍ରେସ୍‌ ମିଟ୍‌ରେ ସୂଚନା ଦିଆଯାଇଛି।

ନିକଟରେ ସମାନ ଦରମା ଓ ଭତ୍ତା ପ୍ରଦାନ ପାଇଁ ଅଗ୍ନିଶମ ବାହୀନି ପକ୍ଷରୁ ସରକାରଙ୍କ ସହ ଆଲୋଚନା ହୋଇଥିଲା। ଏନେଇ ସରକାର ପ୍ରତିଶୃତି ମଧ୍ୟ ଦେଇଥିଲେ। ହେଲେ ସରକାରଙ୍କ ପ୍ରତିଶୃତି ଏ ଯାଏ କାର୍ଯ୍ୟକାରୀ ହୋଇନଥିବାରୁ ଅଗ୍ନିଶମ ବାହୀନିର କର୍ମଚାରୀ ଆସନ୍ତା କାଲିଠୁ ଆନ୍ଦୋଳନକୁ ଓହ୍ଲାଇବେ।

ଏହି ଆନ୍ଦୋଳନରେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି।

Comment