ଓଡ଼ିଶାଲାଇଭ ବ୍ୟୁରୋ

ତ୍ରିଶୂଳିଆ ବ୍ରିଜ୍‌ରୁ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବ ନିଖୋଜ। ବ୍ରିଜ୍‌ ଉପରେ ବାଇକ ରଖି ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ତେବେ ବ୍ରିଜ୍‌ ଉପରେ ଥିବା ବାଇକଟି ରାଜଧାନୀ ଉପକଣ୍ଠ ଗାଢ଼କଣର ଦେବବ୍ରତ ମାଝିଙ୍କର ବୋଲି ଜଣାପଡ଼ିଛି।

ତ୍ରିଶୂଳିଆ ବ୍ରିଜ ଉପରୁ ଜଣେ ଯୁବକ ହଠାତ୍‌ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗ ପୋଲିସ ଓ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ।

Comment