ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଇକରେ ସ୍ତ୍ରୀ ସହ ଆସିବା ବେଳେ ହଠାତ୍‌ କଟକ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଯୁବକ। ସ୍ତ୍ରୀ ସହ କୌଣସି କାରଣରୁ ଝଗଡ଼ା ଯୋଗୁଁ ଯୁବକ ଜଣକ ନଈକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି। ଏହି ସମୟରେ ଓଡ଼୍ରାଫ ଟିମ୍‌ର ମୋଟର ବୋଟ୍‌ ପ୍ରାୟ ୧ ଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିବା ସ୍ଥାନୀୟ ଲୋକ ଅଭିସଯୋଗ କରିଛନ୍ତି।

ଯୁବକଙ୍କ ସ୍ତ୍ରୀଙ୍କୁ ଥାନାକୁ ନେଇ ସଦର ପୋଲିସ ପଚରାଉଚରା କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯୁବକ ଜଣକ ସ୍ତ୍ରୀ ଓ ପିଲାକୁ ନେଇ ବାଇକରେ ଆସୁଥିଲେ। ହଠାତ୍‌ ଗାଡ଼ି ରଖି ନଈକୁ ଡେଇଁ ପଡ଼ିଲେ। ନଦୀକୁ ଡେଇଁଥିବା ଯୁବକଙ୍କ ଘର କେଉଁଠି ତାହା ଜଣାପଡ଼ିନି।

Comment