ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଇକରେ ସ୍ତ୍ରୀ ସହ ଆସିବା ବେଳେ ହଠାତ୍‌ କଟକ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କ ମୃତଦେହ ବୁଧବାର ମିଳିଛି।। ରାହାମା ନିକଟ ଦେବୀ ନଦୀରୁ ତାଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାଁ ଦେବବ୍ରତ ମହାପାତ୍ର।

ଗତ ବୁଧବାର ସ୍ତ୍ରୀ ସହ ଯାଜପୁରରୁ କଟକ ନିଆଳି ଯାଉଥିଲା ବେଳେ କୌଣସି କାରଣରୁ ଝଗଡ଼ା ଯୋଗୁଁ ଦେବବ୍ରତ ନଈକୁ ଡେଇଁ ପଡ଼ିଥିଲେ। ଗତ ୭ ଦିନ ହେବ ଘଟଣାସ୍ଥଳରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯୁବକ ଜଣକ ସ୍ତ୍ରୀ ଓ ପିଲାକୁ ନେଇ ବାଇକରେ ଆସୁଥିଲେ। ହଠାତ୍‌ ଗାଡ଼ି ରଖି ନଈକୁ ଡେଇଁ ପଡ଼ିଲେ। ଦେବବ୍ରତଙ୍କ ଘର କଟକ ନିଆଳି।

Comment