ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ତ୍ରିଶୁଳିଆ ବ୍ରିଜ ଉପରୁ କାଠଯୋଡ଼ି ନଦୀକୁ ଡେଇଁଥିବା ଦୁଇ ମହିଳା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀ ମା’ ଝିଅଙ୍କୁ ଉଦ୍ଧାର କରିବା ପରେ ଉଭୟଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କ’ଣ ପାଇଁ ଉଭୟ ନଦୀକୁ ଡେଇଁଥିଲେ ତାହା ଜଣାପଡ଼ିନାହିଁ।

ବୁଧବାର ଅପରାହ୍‌ଣରେ ଭୁବନେଶ୍ୱର ଆଡୁ ଏକ ସ୍କୁଟିରେ ଆସିଥିଲେ ଦୁଇ ଜଣ। ଉଭୟ ବ୍ରିଜ ଉପରେ ସ୍କୁଟି ରଖି ଓହ୍ଲାଇଥିଲେ। କେହି କିଛି ବୁଝି ଆଗରୁ ଉଭୟ ଭରା ନଦୀକୁ ଲମ୍ଫ ମାରିଥିଲେ।

CGU newସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ପ୍ରାୟ ଅଧଘଣ୍ଟା ଧରି ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଉଭୟ ଭରା ନଦୀରେ କୂଳରୁ ଭାସିଯାଇ ଏକ ବୁଦା ମୂଳେ ଲାଗି ଯାଇଥିଲେ। ଏହି ବୁଦା ମୂଳରୁ ହିଁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଥିଲା।

ଦୁଇ ମହିଳା କାହିଁକି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡ଼ିନାହିଁ। ତାଙ୍କ ଘର କେଉଁଠି ତାହା ବି ସ୍ପଷ୍ଟ କରାଯାଇନାହିଁ। ଏସ୍‌ସିବିରୁ ଚିକିତ୍ସିତ ହୋଇ ଫେରିବା ପରେ ଏହା ଉପରୁ ପରଦା ହଟିବ।

Comment